fbpx
BSKY SKY
BSKY SKY

ବର୍ଷର ଶ୍ରେଷ୍ଠ ଦିନିକିଆ-ଟେଷ୍ଟ୍ ଦଳ ଘୋଷଣା କଲା ICC; ଭାରତର କେତେ ଖେଳାଳି ପାଇଛନ୍ତି ସ୍ଥାନ?

BSKY

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ବର୍ଷର ଶ୍ରେଷ୍ଠ ଟେଷ୍ଟ୍ ଓ ଦିନିକିଆ ଦଳ ଘୋଷଣା କରିଛି । ଦିନିକିଆ ଦଳରେ ୮ ଜଣ ଭାରତୀୟ କ୍ରିକେଟରଙ୍କ ସ୍ଥାନ ପାଇଥିବା ବେଳେ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ ଥିବା ବେଳେ ଏହି ତାଲିକାରେ ଦୁଇ ଜଣ ଭାରତୀୟ ମଧ୍ୟ ରହିଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଆଇସିସି ଦିନିକିଆ ଦଳର ଅଧିନାୟକ କରାଯାଇଛି । ତାଙ୍କ ବ୍ୟତୀତ ଶୁଭମନ ଗିଲ, ବିରାଟ କୋହଲି, ମହମ୍ମଦ ସିରାଜ, କୁଲଦୀପ ଯାଦବ ଓ ମହମ୍ମଦ ସାମିଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି ।

ଏହି ତାଲିକାରେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍, ନ୍ୟୁଜିଲାଣ୍ଡର ଡାରିଲ୍ ମିଚେଲ୍, ଦକ୍ଷିଣ ଆଫ୍ରିକାର ହେନରିକ୍ କ୍ଲାସେନ୍ ଏବଂ ଅଷ୍ଟ୍ରେଲିଆର ଆଡାମ ଜାମ୍ପା ମାର୍କୋ ଜାନସେନ୍ ରହିଛନ୍ତି ।

ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ଟେଷ୍ଟ ଦଳରେ ଅଧିନାୟକ କରାଯାଇଛି । ଭାରତର ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଆଇସିସି ଟେଷ୍ଟ ଦଳରେ ସାମିଲ କରାଯାଇଛି । ସେମାନଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଉସମାନ ଖାୱାଜା, ଟ୍ରାଭିସ୍ ହେଡ୍, ଆଲେକ୍ସ କେରି, ମିଚେଲ ଷ୍ଟାର୍କ, ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ, ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ୍ ଏବଂ ଇଂଲଣ୍ଡର ଜୋ ରୁଟ୍, ଷ୍ଟୁଆର୍ଟ ବ୍ରଡ୍ ମଧ୍ୟ ସାମିଲ ଅଛନ୍ତି ।

Get real time updates directly on you device, subscribe now.