fbpx

ବିଧାନସଭା ୧୧ ଟା ୪୧ ଯାଏଁ ମୁଲତବି, ଗୃହରେ ଗର୍ଜିଲେ ବିରୋଧୀ, କଲେଜ ନିର୍ବାଚନ ପ୍ରସଙ୍ଗକୁ ନେଇ କଂଗ୍ରେସର ଜୋରଦାର ପ୍ରତିବାଦ

ଓଡିଶା ଭାସ୍କର: ଆଜି ବିଧାନସଭାର ଦ୍ୱିତୀୟ ଅଧିବେଶନ ଆରମ୍ଭ ନ ହେଉଣୁ ହଟ୍ଟଗୋଳ ଦେଖିବାକୁ ମିଳିଛି । କଂଗ୍ରେସ ଗୃହରେ କଲେଜ ନିର୍ବାଚନ ପ୍ରସଙ୍ଗକୁ ନେଇ ଗର୍ଜିଛି । ସେପଟେ ବିଜେଡି ବିଧାନସଭାର ମଧ୍ୟଭାଗକୁ ଯାଇ ଜୋରଦାର ପ୍ରତିବାଦ କରିଛି । ପ୍ରତିବାଦର କାରଣ ହେଉଛି ରାଜ୍ୟପାଳଙ୍କ ପୁଅଙ୍କ ପ୍ରସଙ୍ଗ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ ଟା ୪୧ ଯାଏଁ ମୁଲତବି ଘୋଷଣା କରିଛନ୍ତି ।

କହିରଖୁ, ଆଜିଠୁ ପୁଣି ଆରମ୍ଭ ହୋଇସାରିଛି ବିଧାନସଭା ଅଧିବେଶନ । ଚଳିତ ବିଧାନସଭାର ଏହା ଦ୍ୱିତୀୟ  ଅଧିବେଶନ । ଆଜିଠୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ସେପ୍ଟେମ୍ବର ୧୩ ତାରିଖ ଯାଏଁ ଚାଲିବ । ସେପଟେ ସେପ୍ଟେମ୍ବର ୧୦ ତାରିଖରେ ଆଗତ ହେବାକୁ ଯାଉଛି ବ୍ୟୟମଞ୍ଜୁର ବିଲ ।

ଏହାବାଦ ବିଧାନସଭାର ଦ୍ୱିତୀୟ ଅଧିବେଶନରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବାର ସମ୍ଭାବନା ଦେଖା ଦେଇଛି । ଭିନ୍ନ ଭିନ୍ନ କ୍ଷେତ୍ରରୁ ଆସିଥିବା ବିଧାୟକମାନେ ସେମାନଙ୍କ ଅଞ୍ଚଳର ସମସ୍ୟା ଉପରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବେ । ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରାଯିବ । ତତସହିତ ବହୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯିବ ରାଜ୍ୟର ବିକାଶ ପାଇଁ ବୋଲି ଜଣା ପଡିଛି ।

Get real time updates directly on you device, subscribe now.