fbpx

ପୁଣି ସାଢେ ୧୨ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ଧାନ ବିକ୍ରି ଓ ନାରୀ ନିର୍ଯ୍ୟାତନାକୁ ନେଇ ପୁଣି ବିଧାନସଭାରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଛି । ଗୃହ ମଧ୍ୟରେ ବିଜେପି-କଂଗ୍ରେସ ବିଧାୟକମାନେ ହୋହଲ୍ଲା ସହ ନାରାବାଜି ଦେଇଛନ୍ତି । ହଟ୍ଟଗୋଳ ଯୋଗୁ ଗୃହକୁ ପୁଣି ସାଢେ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରଣ ପାତ୍ର । ଏହା ସହ ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ।

ଏହା ପୂର୍ବରୁ ଗୃହ ଆରମ୍ଭରୁ ମଧ୍ୟ ହଟ୍ଟଗୋଳ କରିଥିଲେ ବିରୋଧୀ ଦଳର ବିଧାୟକ । ଏନେଇ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ କରିଥିଲେ ବାଚସ୍ପତି ।

Get real time updates directly on you device, subscribe now.