fbpx

ହରଦୀପଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର,୨୧ ।୧୧(ସଡିଶା ଭାସ୍କର): ଭୁବନେଶ୍ୱର ଓ ୟୁଏଇ ସ୍ଥିତ ରାସ୍-ଅଲ-ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହ ପୁରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଦ୍ୱାରା ମଧ୍ୟ-ପ୍ରାଚ୍ୟ ଦେଶରେ କାମ କରୁଥିବା ଓଡିଆ ଲୋକେ ଉପକୃତ ହେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏନେଇ ଧର୍ମେନ୍ଦ୍ର ଚିଠି ମାଧ୍ୟମରେ ହରଦୀପ ସିଂ ପୁରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଏହା ସହ ଧର୍ମେନ୍ଦ୍ର କହିଛନ୍ତି ଯେ, ‘ପ୍ରସ୍ତାବିତ ବିମାନ ୟୁଏଇ-ଭାରତ ବ୍ୟବସାୟିକ ସମ୍ପର୍କକୁ ସୁଦୃଢ କରିବ । ୟୁଏଇରେ ବିମାନ ସେବା ପାଇଁ ସ୍ପାଇସ୍ ଜେଟ୍ ଏମଓୟୁ କରିଛି ।’ ସ୍ପାଇସ୍ ଜେଟକୁ ଏ ସେବାରେ ନିୟୋଜିତ କରିବାକୁ ଧର୍ମେନ୍ଦ୍ର ଦାବି କରିଛନ୍ତି । ତେବେ ଏୟାର ଏସିଆର ଏକ ବିମାନ ସିଧାସଳଖ ମାଲେସିଆକୁ ଯାଉଛି ।

Get real time updates directly on you device, subscribe now.