fbpx

ଭିଜିଲାନ୍ସ ଜାଲରେ ସୋର ସହକାରୀ ଯନ୍ତ୍ରୀ: ୫ଟି ସ୍ଥାନରେ ଚାଲିଛି ରେଡ୍

ସୋର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ବାଲେଶ୍ୱର ଜିଲ୍ଲା ସୋର ଆରଡବ୍ଲୁ ସେକ୍ସନର ସହକାରୀ ଯନ୍ତ୍ରୀ । ସହକାରୀ ଯନ୍ତ୍ରୀ ପ୍ରମୋଥ ବେହୁରିଆଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ଟିମ୍ କରୁଛି ଚଢ଼ାଉ । ସୋର କାର୍ଯ୍ୟାଳୟ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ନେଇ ସୂଚନା ମିଳିଛି । ଚଢ଼ାଉ ଟିମରେ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି ଓ ୪ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ଭଦ୍ରକ ଜିଲ୍ଲାର ୪ଟି ଓ ବାଲେଶ୍ୱର ଅଫିସରରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୋଗରାଇର ୩ ମହଲା କୋଠା, ଭଦ୍ରକ ଟାଉନରେ ଥିବା ୨ ମହଲା କୋଠା, ମଧୂସୂଦନପୁରରେ ଥିବା ପୈତୃକ ଘର, ଭଦ୍ରକ ଅର୍ଣ୍ଣପାଳ ଛକରେୁ ଥିବା ମାର୍କେଟ କମ୍ପଲେକ୍ସ, ବାସୁଦେବପୁରରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ବାଲେଶ୍ୱର ସୋରରେ ଥିବା ଅଫିସରେ ବି ଚଢାଉ ଜାରି ରହିଛି ।

Get real time updates directly on you device, subscribe now.