fbpx

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସୂଚନା: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ତିନି ବର୍ଷରେ ନିର୍ମାଣ ହୋଇଛି ୨୦୮୭ଟି ରାସ୍ତା

ଭୁବନେଶ୍ବର: ଆଜି ଗୃହରେ ଏକ ମୁଲତବୀ ପ୍ରଶ୍ନର ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ ବିଧାନସଭାରେ ଉତ୍ତର ରଖିଛନ୍ତି । ବିଧାନସଭାରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ଗତ ୩ ବର୍ଷରେ (୨୦୨୦-୨୦୨୩) ରାଜ୍ୟରେ ୨୪୨୨ କୋଟି ବ୍ୟୟରେ ୭୫୦ ଟି ରାସ୍ତା ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ତିନି ବର୍ଷରେ ୫ ହଜାର ୮୬ କୋଟି ବ୍ୟୟରେ ୨ ହଜାର ୮୭ ଟି ରାସ୍ତା ନିର୍ମାଣ ହୋଇଛି। ୫ ବର୍ଷ ଅବଧି ପୂରଣ ହୋଇସାରିଥିବା ୩୫୯୦ ଟି ରାସ୍ତାର ମରାମତି ପାଇଁ ୩୯ .୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟର ଅନ୍ୟ ୬୬୨୪ ଟି ରାସ୍ତା ମରାମତି ପାଇଁ ୧୧.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ତିନି ବର୍ଷରେ ୧୧୮୪ କୋଟି ଟଙ୍କା ବ୍ୟୟରେ ୫୦୩ ଟି ବିଜୁ ସେତୁ ନିର୍ମାଣ ହୋଇଛି। ୨୦୨୩-୨୪ ବର୍ଷରେ ୫୨୬ ଟି ବିଜୁ ସେତୁ ନିର୍ମାଣ ପାଇଁ ୧୯୨୪ କୋଟି ବ୍ୟୟ ବରାଦ କରାଯାଇଛି।

Get real time updates directly on you device, subscribe now.