fbpx

ଶ୍ୱାସ ରୋଗୀ ସାବଧାନ!, ଦୂରେଇ ରୁହନ୍ତୁ ଏହି ସବୁ ଜିନିଷରୁ, ଖାଇଲେ ହୋଇପାରେ ଅସୁବିଧା

ଭୁବନେଶ୍ୱର : ଗରମ ଦିନରେ ଶ୍ୱାସ ରୋଗୀଙ୍କ ସମସ୍ୟା ଅଧିକ ବଢିଯାଏ । ଖରାଦିନେ ଲୋକମାନେ ଥଣ୍ଡା ଜିନିଷ ଖାଇବାକୁ ଏବଂ ପିଇବାକୁ ଭଲପାଇ ଥାନ୍ତି । ଏହି କାରଣରୁ ରୋଗୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଏମିତିରେ ଶ୍ୱାସ ରୋଗୀ ନିଜର ଅଧିକ ଧ୍ୟାନ ଦେବା ଉଚିତ୍ । ଏହି ରୋଗୀଙ୍କୁ କିଛି ସ୍ୱାସ୍ଥ୍ୟ ଉପଯୋଗି ଖାଦ୍ୟ ଖାଇବା ଦରକାର । ଏହା ବ୍ୟତିତ କେତେକ ଜିନିଷରୁୁ ରୋଗୀଙ୍କୁ ଦୂରେଇ ରହିବାକୁ ହେବ । ଆସନ୍ତୁ ଜାଣିବା ଏହି ରୋଗୀଙ୍କୁ କେଉଁ ଖାଦ୍ୟ ଗ୍ରହଣ କରିବା ଉଚିତ୍ ନୁହଁ ।

ଶ୍ୱାସ ରୋଗୀ ଖାଆନ୍ତୁ ନାହିଁ ଏହି ଜିନିଷ :

ଥଣ୍ଡା ଏବଂ ଖଟା ଜିନିଷ : ଶ୍ୱାସ ରୋଗୀ ଥଣ୍ଡା ଏବଂ ଖଟା ଖାଇବା ଉଚିତ୍ ନୁହେଁ । ଯେମିତି କି ଆଇସକ୍ରିମ, ଥଣ୍ଡା ପାଣି, ଲେମ୍ଭୁ, ଆଚାର, ଦହି ଆଦି ଜିନିଷ ଠାରୁ ଦୂରେଇ ରହିବା ଉଚିତ୍ । ନଚେତ୍ ଏଗୁଡ଼ିକୁ ସେବନ କରିବା ଦ୍ୱାରା ଶ୍ୱାସର ସମସ୍ୟା ବଢିପାରେ ଏବଂ ଏହା ସହିତ କାଶର ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଏଥିଯୋଗୁଁ ଶ୍ୱାସ ରୋଗୀଙ୍କୁ ଏହି ସବୁ ଜିନିଷ ସେବନ କରିବା ଅନୁଚିତ୍ ।

ଚାହା-କଫି : ଅଧିକାଂଶ ଲୋକ ଚାହା-କଫିର ସେବନ କରନ୍ତି । କିନ୍ତୁ ଶ୍ୱାସ ରୋଗୀଙ୍କୁ ଚାହା-କଫି ଅଧିକ ପିଇବା ଉଚିତ୍ ନୁହେଁ । କାରଣ ଏହାକୁ ପିଇବା ଦ୍ୱାରା ରୋଗୀଙ୍କ ଅସୁସ୍ଥତା ବଢିଥାଏ । ଅର୍ଥାତ ଏହାକୁ ପିଇଲେ ଗ୍ୟାସର ସମସ୍ୟା ହୋଇଥାଏ, ଯାହାଦ୍ୱାରା ଶ୍ୱାସ ଆକ୍ରମଣର ସଙ୍କଟ ବଢିଥାଏ ।

ଷ୍ଟୋର ହୋଇଥିବା ଖାଦ୍ୟ : ଶ୍ୱାସ ରୋଗୀଙ୍କୁ ଏମିତି ଜିନିଷ ଖାଇବା ଦୂରେଇ ରହିବା ଆବଶ୍ୟକ ଯାହାକୁ ସତେଜ ରଖିବା ପାଇଁ କେମିକାଲ ପଦାର୍ଥର ବ୍ୟବହାର ହୋଇଥିବ, ଯେପରି ଆଚାର, ପ୍ୟାକେଟ ଜୁସ୍ ଆଦି । ଏହି ସବୁ ଜିନିଷ ଶ୍ୱାସ ରୋଗୀଙ୍କ ସମସ୍ୟା ବଢାଇ ପାରେ ।

Get real time updates directly on you device, subscribe now.