fbpx

କନ୍ୟା ରାଶିରେ ଆଜି ସୂର୍ଯ୍ୟଙ୍କ ପ୍ରବେଶ, ଜାଣନ୍ତୁ ଅନ୍ୟ ରାଶିରେ କିପରି ରହିବ ପ୍ରଭାବ

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ସୂର୍ଯ୍ୟ ଆଜି ରାଶି ପରିବର୍ତ୍ତନ କରି କନ୍ୟା ରାଶିରେ ପ୍ରବେଶ କରିବେ । କନ୍ୟା ସୂର୍ଯ୍ୟଙ୍କ ମିତ୍ର ରାଶି ହୋଇଥିବାରୁ ଏହାର ପ୍ରଭାବ ଅନ୍ୟ ରାଶି ଉପରେ ବି ପଡିବ । କିଛି ରାଶିର ଲୋକଙ୍କ ପାଇଁ ଏହା ଶୁଭ ହେବା ସହ ଅନ୍ୟ କିଛି ରାଶି ପାଇଁ ଏହା ଅଶୁଭ ଫଳ ଦେବ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ କିପରି ପ୍ରଭାବ ପଡ଼ିବ…

ମେଷ:
କନ୍ୟା ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ଫଳରେ ମେଷ ରାଶିଲୋକମାନେ ଶତ୍ରୁଙ୍କଠାରୁ ବିଜୟ ପାଇବେ । ଏହା ସହ କାମରେ ସଫଳତା ମିଳିବ । ରୋଗମୁକ୍ତ ହେବେ । ସଫଳତା ପାଇବେ ।

ବୃଷ:
ବୃଷ ରାଶିର ଲୋକଙ୍କ କାମରେ ସମସ୍ୟା ଆସିପାରେ । ବରିଷ୍ଠ ଅଧିକାରୀଙ୍କ ସହ ଲାଗନ୍ତୁ ନାହିଁ । ବୁଝି ବିଚାରି ଖର୍ଚ୍ଚ କରନ୍ତୁ ।

ମିଥୁନ:
କଥାବାର୍ତ୍ତା ଦ୍ୱାରା ଏହି ରାଶିର ଲୋକମାନେ ସମସ୍ୟାର ସମାଦାନ କରିବେ । ଧନ ହାନି ଓ ମାନ ହାନି ହୋଇପାରେ । ଶିକ୍ଷା ପାଇଁ ଭଲଏ ସମୟ ରହିଛି ।

କର୍କଟ:
କର୍କଟ ରାଶିର ଲୋକଙ୍କ ପାଇଁ ଏହି ସମୟ ଭଲ ରହିବ । କ୍ୟାରିୟରରେ ଆଗକୁ ଯିବେ । ଶତ୍ରୁଙ୍କ ଉପରେ ବିଜୟ ପାଇବେ ଓ ସଫଳତା ମିଳିବ ।

ସିଂହ:
ସିଂହ ରାଶିର ଲୋକଙ୍କୁ ଅଚାନକ୍ ଧନଲାଭର ଯୋଗ ରହିଛି । କିନ୍ତୁ ନିବେଶ ବୁଝି ବିଚାରି କରନ୍ତୁ । ଯୁକ୍ତିତର୍କରୁ ଦୂରେଇ ରୁହ ।

କନ୍ୟା:
ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରୁଥିବାରୁ ଏହି ରାଶିରେ ଅଧିକ ପ୍ରଭାବ ପଡିବ । କ୍ଷତି ବି ହୋଇପାରେ । କ୍ୟାରିୟରରେ ସମସ୍ୟା ଆସିପାରେ ।

ତୁଳା:
ତୁଳା ରାଶିର ଲୋକଙ୍କ ପାଇଁ ଏହି ସମୟ ଟିକେ କଠିନ ରହିବ । ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ମୁଣ୍ଡବିନ୍ଧା ଓ ଆଖିରେ ସମସ୍ୟା ଦେଖାଦେଇପାରେ ।

ବିଛା:
ବିଛା ରାଶିର ଲୋକଙ୍କୁ ଧନ ମିଳିବ । କ୍ୟାରିୟର ପାଇଁ ଏହି ସମୟ ଭଲ ରହିବ । ପ୍ରୋମେସନ୍ ଓ ଇନକ୍ରିମେଣ୍ଟ ମିଳିବା ସହ ସମ୍ମାନ ମିଳିବ ।

ଧନୁ:
ଧନୁ ରାଶିର ଲୋକଙ୍କର ବ୍ୟବସାୟରେ ଲାଭ ପ୍ରାପ୍ତ ହେବ । କାର୍ଯ୍ୟରେ ସଫଳତା ପାଇବେ । ଧନ ଲାଭ ସହିତ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ ।

ମକର:
ମକର ରାଶିର ଲୋକଙ୍କୁ ଏହି ସମୟରେ ଧ୍ୟାନର ସହିତ ରହିବାକୁ ପଡିବ । କୌଣସି ମିତ୍ର ଆପଣଙ୍କୁ ଧୋକା ଦେଇପାରେ । ଘରେ ମନୋମାଳିନ୍ୟ ଦେଖାଯାଇପାରେ ।

କୁମ୍ଭ:
କୁମ୍ଭ ରାଶିର ଲୋକଙ୍କୁ ଏହି ସମୟରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । କାର୍ଯ୍ୟସ୍ଥଳୀରେ କେହି ରାଜନୀତି କରିପାରନ୍ତି । ସେଥିପାଇଁ ସମ୍ଭାଳିକି ରହିବା ଦରକାର ।

ମୀନ:
ମୀନ ରାଶିର ଲୋକଙ୍କ ବୈବାହିକ ଜୀବନରେ କିଛି ସମ୍ୟା ଆସିପାରେ । ପାର୍ଟନରଙ୍କ ସହିତ ଅଂହକାର ଦୌଡ଼ରେ ପଡନ୍ତୁ ନାହିଁ । ବିରୋଧୀ ଉପରେ ଶକ୍ତିଶାଳୀ ରହିବେ ।

Get real time updates directly on you device, subscribe now.