fbpx
BJD SKY
BJD SKY

କ୍ରିକେଟ ଇତିହାସ: ୧୧/୧୧/୧୧ ଦିନ ୧୧ଟା ୧୧ ସମୟରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ଆବଶ୍ୟକ ଥିଲା ୧୧୧ ରନ

BJD

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଏବେ ଟେଷ୍ଟ ସିରିଜ ଖେଳୁଛି । ଦୁଇ ଦଳ ମଧ୍ୟରେ ଟେଷ୍ଟ ମ୍ୟାଚ ୧୨ ନଭେମ୍ବରରେ ଅଛି । ତେବେ ଏମାନଙ୍କ ମଧ୍ୟରେ ୧୧/୧୧/୧୧ ତାରିଖର ଏକ ଇଡିହାସ ରହିଛି । ୨୦୧୧ ମସିହାର ଆଜିର ଦିନରେ ୧୧ ମାସ ଅର୍ଥାତ ନଭେମ୍ବରକୁ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ ଚାଲିଥିଲା । ଏବଂ ଏହି ଦିନ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୧୧୧ ରନ ଆବଶ୍ୟକ ଥିଲା । ଏହା ୧୧ଟା ୧୧ ସମୟରେ ହିଁ ଅବଶ୍ୟକ ପଡିଥିଲା । ସେହି ସିରିଜ ଦୁଇଟି ମ୍ୟାଚର ଥିଲା । ସିରିଜ ୧-୧ରେ ଡ୍ର ଥିଲା । ପ୍ରଥମ ମ୍ୟାଚ ଯେଉଁଥିରେ ଏହି ବିଚିତ୍ର ସଂଯୋଗ ହୋଇଥିଲା ଏବଂ ସାଉଥ ଆଫ୍ରିକାର ବିଜୟ ହୋଇଥିଲା ।

ବର୍ତ୍ତମାନ ମଧ୍ୟ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ ଚାଲୁଛି । ଦୁଇ ଦଳ ପାଞ୍ଚଟି ୱାନ ଡେ ମ୍ୟାଚ ସିରିଜ ଖେଳିଥିଲେ । ଏହାପରେ ଦୁଇ ଦଳ ତିନୋଟି ମ୍ୟାଚର ଟେଷ୍ଟ ସିରିଜ ମଧ୍ୟ ଖେଳିଥିଲେ । ତିନୋଟିରୁ ଗୋଟିଏ ମ୍ୟାଚ ହୋଇଥିଲା । ସେହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୧୭୭ ରନରେ ବିଜୟ ହାସଲ କରିଥିଲା ।

Get real time updates directly on you device, subscribe now.