fbpx

ସକାଳୁ ନିଆଁ ବର୍ଷା: ସାଢେ ୮ରେ ଭବାନୀପାଟଣାର ତାପମାତ୍ରା ୩୫ ଡିଗ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟରେ ସକାଳୁ ସକାଳୁ ନିଆଁ ବର୍ଷା ପରିସ୍ଥିତି ଦେଖାଦେଇଛି । ସକାଳ ସାଢେ ୮ଟା ସୁଦ୍ଧା ଭବାନୀପାଟଣାର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରିଛି । ସେହିଭଳି ବଲାଙ୍ଗୀରର ତାପମାତ୍ରା ୩୪.୨ ଡିଗ୍ରୀ ରହିଛି, ରାଉରକେଲାର ତାପମାତ୍ରା ୩୩.୪ ଡିଗ୍ରୀ ରହିଛି । ଅନ୍ୟପଟେ କଟକର ତାପମାତ୍ରା ୩୩ ଡିଗ୍ରୀ ରହିଥିବା ବେଳେ ବାରିପଦା, କେନ୍ଦୁଝର, ଝାରସୁଗୁଡା ଓ ବାଲେଶ୍ୱରରେ ୩୩ ଡିଗ୍ରୀ ରହିଛି । ସେହିଭଳି ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୨.୨ ଡିଗ୍ରୀ ରହିଛି ।

Get real time updates directly on you device, subscribe now.