fbpx

ମହାନଦୀ ଡଙ୍ଗା ବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡ଼ା: ଗତକାଲି ଲଖନପୁର ବ୍ଲକ ଶରଧା ନିକଟ ମହାନଦୀରେ ଡଙ୍ଗା ବୁଡିଯାଇଥିଲା । ଏହି ଡଙ୍ଗାରେ ପ୍ରାୟ ୫୦ ଜଣ ଯାତ୍ରା କରୁଥିଲେ । ଏମାନେ ବରଗଡ଼ ବାଞ୍ଜିପାଲିକୁ ଯାଉଥିଲେ । ଏଥିରୁ ପ୍ରାୟ ୪୩ ଜଣ ଲୋକଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି । ତେବେ ଏହି ଘଟଣାରେ ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ୭ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ।

ଗତକାଲି ଠାରୁ ଖୋଜାଖୋଜି କାର୍ଯ୍ୟ ଜାରି ରହିଥିଲା । ଏହାରି ମଧ୍ୟରେ ଆଜି ସକାଳୁ ଆଉ ୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏଥିରେ ୩ ଜଣ ମହିଳା ଏବଂ ୩ ଜଣ ବାଳକ ଥିବା ସୂଚନା ମିଳିଛି । ୬ଜଣଙ୍କର ମୃତଦେହ ଉଦ୍ଧାର ପରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି । ତେବେ ୭ଜଣଙ୍କର ମୃତଦେହ ମିଳିସାରିବା ପରେ ଏବେ ବି ଜଣେ ନିଖୋଜଙ୍କୁ ଉଦ୍ଧାର ପାଇଁ ତଲାସୀ ଜାରି ରହିଛି । ଏହି ସମସ୍ତ ଯାତ୍ରୀ ଛଡିଶଗଡ଼ରୁ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ଫେରିବା ବେଳେ ଏହି ଅଘଟଣ ଘଟିଛି ।

Get real time updates directly on you device, subscribe now.