fbpx

ହଷ୍ଟେଲରେ ଜଣ୍ଡିସ ଅତଙ୍କ, ୨୮ ଛାତ୍ର ଆକ୍ରାନ୍ତ

ଓଡ଼ିଶା ଭାସ୍କର: କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ଆତଙ୍କ । ଜଣ୍ଡିସରେ ହଷ୍ଟେଲର ୨୮ ଜଣ ଛାତ୍ର ଆକ୍ରାନ୍ତ ଥିବା ଜଣାପଡ଼ିଛି । ମେଡ଼ିକାଲ ଟିମ୍ ହଷ୍ଟେଲରେ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି । ତେବେ ସ୍ଥିତି ଉପରେ ନିୟନ୍ତ୍ରଣ ରଖାଯାଇଛି ବୋଲି ଏସଡିଏମ୍‌ଓ କହିଛନ୍ତି ।

ଶୁକ୍ରବାର କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ହଷ୍ଟେଲରେ ୨୮ ଜଣ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ କଲେଜ କର୍ତ୍ତୃପକ୍ଷ । ଏହା ପରେ ତୁରନ୍ତ ମେଡିକାଲ ଟିମ୍ ପଠାଯାଇଥିଲା । ଆକ୍ରାନ୍ତ ଛାତ୍ରଙ୍କ ମଧ୍ୟରୁ ୧୬ ଜଣ ଛାତ୍ର ଘରକୁ ପଳାଇଯାଇଥିବା ବେଳେ ୧୨ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ପରୀକ୍ଷା ହେବା ପରେ ସେମାନଙ୍କୁ ଜଣ୍ଡିସ୍ ହୋଇଥିବା ଜଣାପଡ଼ିବା ପରେ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.