fbpx

ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ୱସ୍ତି, ଜାମିନ ନିଷ୍ପତ୍ତିକୁ ସଂରକ୍ଷିତ ରଖିଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଆଜି ରାଉଜ ଏଭେନ୍ୟୁ କୋର୍ଟରେ ଶୁଣାଣି ହୋଇଛି । ଯେଉଁଥିରେ ସିସୋଦିଆଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି । ଏହା ପୂର୍ବରୁ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଥିଲା ଯେ, କଣ ସତରେ ସିସୋଦିଆଙ୍କୁ ଜାମିନ ମିଳିବ? ହେଲେ ବର୍ତ୍ତମାନ ତାହା ସ୍ପଷ୍ଟ ହୋଇସାରିଛି । କୋର୍ଟ ଏହି ନିଷ୍ପତ୍ତିକୁ ପରେ ନେବେ ବୋଲି କୁହାଯାଇଛି । ଏହା ପୂର୍ବରୁ ରାଉଜ ଏଭେନ୍ୟୁ କୋର୍ଟ ମାମଲାରେ ୧୫ ଏପ୍ରିଲରେ ଶୁଣାଣି କରିଥିଲେ ।

ଅବକାରୀ ମାମଲାରେ ମନୀଷ ସିସୋଦିଆଙ୍କ ଜାମିନକୁ ନେଇ ଶୁଣାଣି ଶେଷ ହୋଇଛି । ସିବିଆଇ ପକ୍ଷରୁ ଡକ୍ୟୁମେଣ୍ଟ ଦିଆଯାଇଛି । ସିବିଆଇ ଓକିଲ କହିଛନ୍ତି ଯେ, ମନୀଷ ମୁଖ୍ୟ ଅପରାଧ ପ୍ରମାଣରେ ହେରଫେର କରିପାରନ୍ତି । ସିସୋଦିଆଙ୍କ ଜାମିନ ପିଟିସନର ଇଡି ବିରୋଧ କରିଛି । ବର୍ତ୍ତମାନ ସିବିଆଇଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପରେ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି । କୋର୍ଟ ୧୨ ଏପ୍ରିଲରେ ସିବିଆଇ ଏବଂ ଇଡିକୁ ନୋଟିସ ଜାରି କରି ସପ୍ତାହ ସାରା ନିଜ ଉତ୍ତର ଦାଖଲ କରିବାକୁ କହିଥିଲେ ।

Get real time updates directly on you device, subscribe now.