fbpx

BCCI ଟାର୍ଗେଟରେ କେ.ଏଲ ରାହୁଲ ଏବଂ ଋତୁରାଜ, ଏହି ଭୁଲ ପାଇଁ ଦେବେ ଜରିମାନା

ନୂଆଦିଲ୍ଲୀ: ଦିନକୁ ଦିନ ରୋମାଞ୍ଚକର ହେବାରେ ଲାଗିଛି IPL 2024 । ଚଳିତ IPLର ୩୪ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜାୟଣ୍ଟ୍‌ସ ମଧ୍ୟରେ ଉତ୍ତର ପ୍ରଦେଶର ଇକାନା ଷ୍ଟାଡିୟମରେ ମୁକାବିଲା ହୋଇଥିଲା । ଏହି ମ୍ୟାଚରେ ଲକ୍ଷ୍ନୌ ସୁପର ଜାୟଣ୍ଟ୍‌ସ ଘରୋଇ ମଇଦାନରେ ଚେନ୍ନାଇକୁ ୮ ୱିକେଟରେ ପରାସ୍ତ କରିଥିଲା । କିନ୍ତୁ ଗୋଟିଏ ଛୋଟ ଭୁଲ ପାଇଁ ଏହି ଦୁଇଟି ଦଳର ଅଧିନାୟକଙ୍କ ଉପରେ BCCI ଜରିମାନା ଲଗାଇଛି ।

ସୂଚନାରୁ ପ୍ରକାଶ ଚେନ୍ନାଇ ସୁପର କିଙ୍ଗ୍‌ସର ଅଧିନାୟକ ଋତୁରାଜ ଗାଏକୱାଡ଼ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସର ଅଧିନାୟକ କେ. ଏଲ୍ ରାହୁଲଙ୍କ ‘ସ୍ଲୋ ଓଭର ରେଟ୍‌’ କୁ ଦୃଷ୍ଟିରେ ରଖି BCCI ସେମାନଙ୍କ ଉପରେ ଜରିମାନା ଲଗାଇଛି । IPLର ଆଚାର ସଂହିତା ଏହା କେ. ଏଲ୍ ରାହୁଲ ଏବଂ ଋତୁରାଜ ଗାଏକୱାଡ଼ଙ୍କ ପ୍ରଥମ ଅପରାଧ ଅଟେ । ଏହା ଅନ୍ତର୍ଗତ ଦୁହିଙ୍କ ଉପରେ ବ୍ୟକ୍ତିଗତ ଭାବେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ଏହା ପୁର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ, କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଶ୍ରେୟାସ ଅୟର ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଜରିମାନା ଲାଗିଥିଲା ।

Get real time updates directly on you device, subscribe now.