fbpx

OpenAI ଭାରତରେ କଲା ପ୍ରଥମ ନିଯୁକ୍ତି, ପ୍ରଜ୍ଞା ମିଶ୍ରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ : ChatGPT କରୁଥିବା କମ୍ପାନୀ ଓପନଏଆଇ ଭାରତରେ ନିଜର ପ୍ରଥମ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । କମ୍ପାନୀ ଟ୍ରୁକଲରରେ ଜନସମ୍ପର୍କ ବିଭାଗର ଦାୟିତ୍ୱ ତୁଲାଉଥିବା ପ୍ରଜ୍ଞା ମିଶ୍ରଙ୍କୁ ଏହାର ପ୍ରଥମ କର୍ମଚାରୀ ଭାବରେ ନିଯୁକ୍ତ କରିଛି ।

ସେ ଏହି ମାସ ଶେଷରୁ ଦାୟିତ୍ୱ ଗ୍ରହଣ କରିପାରନ୍ତି । ରିପୋର୍ଟ ଅନୁଯାୟୀ, ପ୍ରଜ୍ଞା ମିଶ୍ର ଓପନଏଆଇ ପାଇଁ ଭାରତରେ ପବ୍ଲିକ୍ ପଲିସି ଆଫେୟର୍ସ ହେଡ୍ ଭାବେ ଦାୟିତ୍ୱ ସମ୍ଭାଳିବେ ।

ଭାରତରେ ଓପନଏଆଇର ପ୍ରଥମ ନିଯୁକ୍ତି :-

ଓପନଏଆଇ ଏହି ନିଷ୍ପତ୍ତି ଏପରି ସମୟରେ ନେଇଛି ଯେତେବେଳେ ଡିପଫେକ ଏବଂ ଆର୍ଟିଫିସିଆଲ ଟେକ୍ନୋଲୋଜିର ଅନେକ ଅପବ୍ୟବହାର ଦେଖାଯାଉଛି । ଅନ୍ୟପକ୍ଷରେ ନିର୍ବାଚନ ସମୟରେ ଏଆଇ ଟେକ୍ନୋଲୋଜି ମଧ୍ୟ ବ୍ୟବହାର କରାଯାଉଛି । ଏଭଳି ପରିସ୍ଥିତିରେ ପ୍ରଜ୍ଞା ମିଶ୍ରଙ୍କ ନେତୃତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପ୍ରଜ୍ଞା ମିଶ୍ର ଟ୍ରୁକଲର୍ ଏବଂ ମେଟାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି ।

ପ୍ରଜ୍ଞା ମିଶ୍ର କିଏ?

ତାଙ୍କ ଲିଙ୍କଡଇନ୍ ପ୍ରୋଫାଇଲ୍ ଅନୁଯାୟୀ, ସେ ଜୁଲାଇ ୨୦୨୧ ରୁ ଟ୍ରୁକଲର୍ ସହିତ ଜଡିତ ଥିଲେ ଏବଂ ଟ୍ରୁକଲର୍ ପାଇଁ ସାର୍ବଜନିକ ମାମଲାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଟ୍ରୁକଲରରେ ଯୋଗଦେବା ପୂର୍ବରୁ ସେ ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ସହିତ ଯୋଗାଯୋଗ ପରିଚାଳକ ଭାବରେ ତିନି ବର୍ଷ କାର୍ଯ୍ୟ କରିଥିଲେ । ଏହା ବ୍ୟତୀତ ପ୍ରଜ୍ଞା ମିଶ୍ର ଏନର୍ଷ୍ଟ ଆଣ୍ଡ ୟଙ୍ଗ ଏବଂ ନୂଆଦିଲ୍ଲୀରେ ଥିବା ରୟାଲ ଡାନିଶ ଦୂତାବାସ ସହିତ ମଧ୍ୟ କାମ କରିଛନ୍ତି ।

Get real time updates directly on you device, subscribe now.