ଆକାଶରେ କ୍ଷେପଣାସ୍ତ୍ର, ଭୂମିରେ ଶୋକ… ଗାଜାରେ ପୁଣି ବର୍ଷିଲା ନେତାନ୍ୟାହୁଙ୍କ ତାଣ୍ଡବ, 38 ଜଣଙ୍କ ମୃତ୍ୟୁ
ପୁଣି ନିଆଁରେ ଜଳୁଛି ଗାଜା। ଗୋଟିଏ ଡ଼ାକ୍ତର ପରିବାରର ୧୦ ଜଣଙ୍କ ମୃତ୍ୟୁ।
ପାଲେଷ୍ଟାଇନ୍: ଗାଜା ଉପରେ ଇସ୍ରାଏଲର ମିସଆଲ ମାଡ଼। ମିସାଇଲ ମାଡ଼ରେ ୩୮ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ। ଗୋଟିଏ ଡ଼ାକ୍ତର ପରିବାରର ୧୦ ଜଣଙ୍କ ମୃତ୍ୟୁ।
ହଁ ଗାଜା ପୁଣି ଥରେ ନିଆଁରେ ଜଳୁଛି। ଇସ୍ରାଏଲ ପୁଣି ଥରେ ଗାଜା ଉପରେ ଏକ ବଡ଼ ଧରଣର ମାସିଆଲ ଆଟାକ୍ କରିଛି। ଯେଉଁଥିରେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଦେଇର ଅଲ-ବାଲାହ ଏବଂ ଜାବାଲିଆ ଭଳି ଅଞ୍ଚଳରେ ତମ୍ବୁ ଏବଂ ଘରଗୁଡ଼ିକୁ ଟାର୍ଗେଟ କରାଯାଇଛି।
ନେତାନ୍ୟାହୁଙ୍କ ଏହି କାର୍ଯ୍ୟ ପୁଣି ଥରେ ଗାଜାରେ ଶୋକ ଏବଂ ଧ୍ୱସଂର ବିଭୀଷିକା ରଚିଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମାର୍ଚ୍ଚ ମାସରେ ଅସ୍ତ୍ରବିରତି ଭଙ୍ଗ ହେବା ପରଠାରୁ ୩୭୮୫ ଜଣଙ୍କର ମୃତ୍ୟୁ ହୋଇଛି।
ଇସ୍ରାଏଲ କହିଛି ଯେ ହମାସକୁ ନିପାତ କରିବା ଏବଂ ଅକ୍ଟୋବର ୨୦୨୩ରେ ଅପହୃତ ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ଏହି ଅପରେସନ୍ କରାଯାଉଛି। ତଥାପି, ଏପର୍ଯ୍ୟନ୍ତ ଏହାର ସବୁଠାରୁ ବଡ଼ ଶିକାର ହୋଇଛନ୍ତି ମହିଳା, ଶିଶୁ ଏବଂ ସାଧାରଣ ନାଗରିକ।