fbpx

ରାଜ୍ୟସଭା ପାଇଁ ମନୋନୀତ ହେଲେ ପିଟି ଉଷା, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ: ଦେଶର ମହାନ୍ ଆଥଲିଟ୍ ପିଟି ଉଷା ରାଜ୍ୟସଭା ପାଇଁ ମନୋନୀତ ହୋଇଛନ୍ତି । ପିଟି ଉଷାଙ୍କ ସହ ଫିଲ୍ମ କମ୍ପୋଜର ଏବଂ ସଙ୍ଗୀତକାର ଇଲେୟାରାଜା, ବିରେନ୍ଦ୍ର ହେଗଡ଼େ ଏବଂ ବି ବିଜୟେନ୍ଦ୍ର ପ୍ରସାଦଙ୍କୁ ମଧ୍ୟ ରାଜ୍ୟସଭାକୁ ପଠାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ।

ପିଏମ ମୋଦୀ ପିଟି ଉଷାଙ୍କୁ ନେଇ କହିଛନ୍ତି ଯେ ଖେଳରେ ତାଙ୍କର ଉପଲବ୍ଧି ପାଇଁ ସେ ବେଶ୍ ପରିଚିତ, କିନ୍ତୁ ଗତ କିଛି ବର୍ଷରେ ନୂଆ ଆଥଲିଟ୍ ମାନଙ୍କ ମାର୍ଗଦର୍ଶନ କରିବା ପାଇଁ ତାଙ୍କର ପ୍ରୟାସ ପ୍ରଶଂସା ଯୋଗ୍ୟ । ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

୧୯୮୩ ରେ ଏସିଆନ ଚାମ୍ପିୟନସିପ୍ ରେ ୪୦୦ ମିଟର ରେସରେ ପ୍ରଥମ ଥର ସ୍ୱର୍ଣ୍ଣପଦକ ଜିତିଥିଲେ । ଏହାପରେ ଅନେକ ଥର ଏସିଆନ ଚାମ୍ପିୟନସିପରେ ଭାଗ ନେଇ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅଲିମ୍ପିକ ଗେମ୍ସ, ଏସିଆନ ଗେମ୍ସ ଏବଂ ୱାର୍ଲ୍ଡ ଚାମ୍ପିୟନସିପରେ ଭାଗ ନେଇସାରିଛନ୍ତି ।

Get real time updates directly on you device, subscribe now.