fbpx

ଟୋକିଓରେ ଇତିହାସ ରଚିବା ପରେ ସ୍ୱଦେଶ ଫେରୁଛନ୍ତି ଆଥଲେଟ୍, ଜୋରଦାର୍ ହେବ ସ୍ୱାଗତ ସମ୍ବର୍ନ୍ଧନା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଭାରତୀୟ ଆଥଲେଟ୍ ମାନେ ଚମତ୍କାର ପ୍ରଦର୍ଶନ କରିବା ପରେ ଆଜି ସ୍ୱଦେଶ ଫେରୁଛନ୍ତି । ଆଜି ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ପୁରୁଷ ହକି ଟିମ୍ ଙ୍କ ବ୍ୟତୀତ ଅନ୍ୟାନ୍ୟ ଖିଲାଡ଼ି ମାନେ ରହିଛନ୍ତି । ଫେରିବା ପରେ ସେମାନଙ୍କ ପାଇଁ ଦିଲ୍ଲୀସ୍ଥିତ ଅଶୋକା ହୋଟେଲ୍ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଛି । ଏଥିରେ ସେମାନଙ୍କୁ ସମ୍ମାନିତ କରାଯିବ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡ଼ି ହେବେ ।

ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ(ଏସଏଏଆଇ) ପକ୍ଷରୁ ପ୍ରଥମେ ମେଜର୍ ଧ୍ୟାନଚାନ୍ଦ ଷ୍ଟାଡିୟମ୍ ରେ କାର୍ଯ୍ୟକ୍ରମର ଆୟୋଜନ ହେବାର ଥିଲା । କିନ୍ତୁ ଖରାପ ପାଣିପାଗ କାରଣରୁ ଏହା ଆୟୋଜନ ହୋଇପାରିଲା ନାହିଁ । ତେବେ ଅଶୋକା ହୋଟେଲ୍ ରେ ଏହି କାର୍ଯ୍ୟକ୍ରମ ୬ଟା ୩୦ ମିନିଟ୍ ରେ ଆରମ୍ଭ ହେବ । ଏଥିରେ କେନ୍ଦ୍ରୀୟ ଖେଳ ମନ୍ତ୍ରୀଙ୍କ ସହିତ ଅନେକ ଅଲିମ୍ପିକ୍ ଖିଲାଡ଼ି ଉପସ୍ଥିତ ରହିବେ । ସମସ୍ତ ଆଥଲେଟ୍ ସନ୍ଧ୍ୟା ୫ଟା ୧୫ ମିନିଟ୍ ରେ ଦିଲ୍ଲୀ ଏୟାରପୋର୍ଟରେ ଆସି ପହଞ୍ଚିବେ ।

ସୂଚନାଯୋଗ୍ୟ ଯେ, ଉପରୋକ୍ତ ଆଥଲେଟଙ୍କ ବ୍ୟତୀତ ଅନେକ ଆଥଲେଟ୍ ପୂର୍ବରୁ ହିଁ ଭାରତ ଫେରି ସାରିଛନ୍ତି । ମୀରାବାଇ ଚାନୁ, ପିଭି ସିନ୍ଧୁ, ରବି ଦାହିୟା ଏବଂ ଲଭଲୀନା ବାରଗୋହେନ୍ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେବେ ।

Get real time updates directly on you device, subscribe now.