fbpx

ATM କାର୍ଡରେ ମାଗଣାରେ ମିଳୁଛି ଲକ୍ଷ ଲକ୍ଷ ମୂଲ୍ୟର ବୀମା, ଦାବି ପାଇଁ ଏହି ନିୟମ ଜାଣିବା ଜରୁରୀ

ନୂଆଦିଲ୍ଲୀ :ବର୍ତ୍ତମାନ ସମୟରେ କେବଳ ଅଳ୍ପ ଲୋକ ଥିବେ,ଯେଉଁମାନେ ଏଟିଏମ୍ କାର୍ଡ ବ୍ୟବହାର କରନ୍ତି ନାହିଁ । ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଦ୍ୱାରା ଏଟିଏମ୍ ବର୍ତ୍ତମାନ ସମସ୍ତଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇପାରିଛି । ଲୋକମାନେ ନିଜ ପକେଟରେ ନଗଦ ରଖିବା ପରିବର୍ତ୍ତେ ଏଟିଏମ୍ କାର୍ଡ ରଖିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ବ୍ୟାଙ୍କରୁ ଆପଣଙ୍କୁ ଏଟିଏମ୍ କାର୍ଡ ଦିଆଯିବା ମାତ୍ରେ କାର୍ଡଧାରୀମାନେ ଦୁର୍ଘଟଣା ଏବଂ ଅକାଳ ମୃତ୍ୟୁ ବୀମା ପାଇଥା’ନ୍ତି । ଦେଶର ଅଧିକାଂଶ ଲୋକ ଜାଣି ନାହାଁନ୍ତି ଯେ ସେମାନେ ଡେବିଟ୍ / ଏଟିଏମ୍ କାର୍ଡରେ ମଧ୍ୟ ଜୀବନ ବୀମା କଭର ପାଆନ୍ତି ।

ବୀମା ରାଶି ଆପଣଙ୍କ କାର୍ଡ ଉପରେ ନିର୍ଭର କରେ । କିଛି ଡେବିଟ୍ କାର୍ଡ ୩ କୋଟି ଟଙ୍କା ପର୍ଯ୍ୟନ୍ତ ମାଗଣା ଦୁର୍ଘଟଣା ବୀମା କଭରେଜ୍ ପ୍ରଦାନ କରେ । ଏହି ବୀମା କଭରେଜକୁ ମାଗଣାରେ ଦିଆଯାଏ ଏବଂ ଡେବିଟ୍ କାର୍ଡଧାରୀଙ୍କଠାରୁ କୌଣସି ପ୍ରିମିୟମ ଆଦାୟ କରାଯାଏ ନାହିଁ କିମ୍ବା ବ୍ୟାଙ୍କଗୁଡ଼ିକ ଦ୍ୱାରା କୌଣସି ଅତିରିକ୍ତ ଡକ୍ୟୁମେଣ୍ଟ ପଚରାଯାଏ ନାହିଁ ।

ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଡେବିଟ୍ କାର୍ଡ ମାଧ୍ୟମରେ କାରବାର କରିବାକୁ ପଡିବ :-
ଡେବିଟ୍ କାର୍ଡରେ ମାଗଣା ଦୁର୍ଘଟଣା ବୀମା କଭରେଜ୍ ପାଇଁ କିଛି ନିୟମ ଏବଂ ସର୍ତ୍ତ ରହିଛି । ଏଥି ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କାର୍ଡଧାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେହି ଡେବିଟ୍ କାର୍ଡ ମାଧ୍ୟମରେ କିଛି କାରବାର କରିବାକୁ ପଡିବ । ଏହି ଅବଧି ବିଭିନ୍ନ କାର୍ଡ ପାଇଁ ଭିନ୍ନ ହୋଇପାରେ । କିଛି ଏଟିଏମ୍ କାର୍ଡରେ ବୀମା ପଲିସି ସକ୍ରିୟ କରିବାକୁ କାର୍ଡଧାରୀଙ୍କୁ ୩୦ ଦିନରେ ଅତି କମରେ ଗୋଟିଏ କାରବାର କରିବାକୁ ପଡିବ । କିଛି କାର୍ଡଧାରୀଙ୍କୁ ବୀମା କଭରେଜକୁ ସକ୍ରିୟ କରିବାକୁ ଗତ ୯୦ ଦିନ ମଧ୍ୟରେ ଏକ କାରବାର କରିବାକୁ ପଡ଼ିବ ।

Get real time updates directly on you device, subscribe now.