fbpx

ମର୍ଣ୍ଣିଂ ୱାକ୍ ବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ, ଲୁହା ରଡ୍ ରେ ମୁଣ୍ଡକୁ ପିଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରାଯାଇଛି । ଆହତ ସାମ୍ବଦିକ ସତ୍ୟସୁନ୍ଦର ଭଞ୍ଜ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ୨ ଜଣ ଲୁଟେରା ସାମ୍ବାଦିକଙ୍କ ମୋବାଇଲ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ସାମ୍ବାଦିକ ଜଣକ ପ୍ରତିରୋଧ କରିବାରୁ ତାଙ୍କ ମୁଣ୍ଡକୁ ଲୁହା ରଡ୍ ରେ ପିଟିଦେଲେ । ତେବେ ଶରୀରର ଅନ୍ୟ ଅଙ୍ଗ ବି କ୍ଷତ ହୋଇଥିବା ଜଣାପଡ଼ିଛି । ତେବେ ଲୁଟେରା ଦୁଇଜଣ ସାମ୍ବଦିକଙ୍କ ମୋବାଇଲ୍ ଲୁଟ୍ କରି ନେଇଯାଇଛନ୍ତି । ଏଭଳି ଏକ କାଣ୍ଡ ଦେଖିବାକୁ ମିଳିଛି ୟୁନିଟ୍ ୮ ଅଞ୍ଚଳର ଡେଲଟା ଛକରେ ।

Get real time updates directly on you device, subscribe now.