ପୁଣି ଶ୍ରୀମନ୍ଦିରେ ଉପରକୁ ଚଢ଼ିବାକୁ ଉଦ୍ୟମ, ଚଢ଼ିଲା ବେଳେ ମାଡ଼ି ବସିଲେ ସୁରକ୍ଷାକର୍ମୀ

ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ରାଜ୍ୟ ବାହାରୁ ଆସିଥିବା ଭକ୍ତ ମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ।

ପୁରୀ: ପୁଣି ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ। ବେହରଣ ଦ୍ୱାର ଦେଇ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିଲେ ଭକ୍ତ।

ଉପରକୁ ଭକ୍ତ ଚଢ଼ୁଥିବା ଦେଖି କାବୁ କଲେ ସୁରକ୍ଷାକର୍ମୀ। ଯୁବକ ଜଣଙ୍କ ରାଜ୍ୟ ବାହାର ହୋଇଥିବା ସୂଚନା ମିଳିଛି।

ଯୁବକଙ୍କ ଘର ଉତ୍ତରପ୍ରଦେଶ ଆଜଗଡ଼ର ହୋଇଥିବା ବେଳେ ଶ୍ରୀମନ୍ଦିର ଗାରଦରେ ଯୁବକଙ୍କୁ ଅଟକ ରଖାଯାଇଛି।

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ରାଜ୍ୟ ବାହାରୁ ଆସିଥିବା ଭକ୍ତ ମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ।

ସଠିକ୍ ସମୟରେ ସେମାନଙ୍କୁ କାବୁ କରାଯାଇଥିଲା।