fbpx

ସମ୍ପତ୍ତି ବିବାଦକୁ ନେଇ ମା’- ଝିଅକୁ ଜିଅନ୍ତା ମାରିବାକୁ ଉଦ୍ୟମ, ଦିଅର କଲା ଏପରି କାମ, ମାମଲା ରୁଜୁ କଲା ପୋଲିସ

Advertisement

ଇସଲାମାବାଦ: ପାକିସ୍ତାନ ସ୍ଥିତ ହାଇଦ୍ରାବାଦରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ସମ୍ପତ୍ତି ବିବାଦକୁ ନେଇ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ସମ୍ପର୍କୀୟମାନେ ଜୀବନ୍ତ ମାରି ଦେବାକୁ ଉଦ୍ୟମ କରିଥିଲେ । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାରୁ ପ୍ରକାଶ ହାଇଦ୍ରାବାଦର ଲତିଫାବାଦ ନଂ ୫ ଅଞ୍ଚଳରେ ରହୁଥିବା ଜଣେ ମହିଳା ଏବଂ ତାଙ୍କ ଝିଅକୁ ଶ୍ୱଶୁର ଘର ଲୋକେ ଜମି ବିବାଦକୁ ନେଇ ସେମାନଙ୍କୁ ଏକ କୋଠରୀରେ ବନ୍ଦ କରି କବାଟ ନୁହେଁ ବରଂ ବାହାରପଟୁ କାନ୍ଥ ନିର୍ମାଣ କରି ମାରିବାକୁ ଉଦ୍ୟମ କରୁଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାନ୍ଥ ଭାଙ୍ଗି ମାଆ ଝିଅଙ୍କୁ ଉଦ୍ଧାର କରିଥିଲା । ଅପରପକ୍ଷରେ ପୀଡ଼ିତ ମହିଳାଙ୍କ କହିବାନୁଯାୟୀ ଅଭିଯୁକ୍ତ ଦିଅର ସୁହେଲ ଏବଂ ତାଙ୍କ ପୁଅମାନେ ସବୁବେଳେ ସେମାନଙ୍କ ଉପରେ ଅତ୍ୟାଚାର କରୁଥିଲେ । ଏହା ସହ ତାଙ୍କ ପାଖରେ ଘର ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ରହିଥିବା ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତୁରନ୍ତ ଏହି ଲୋକଙ୍କୁ ଗିରଫ କରାଯିବା ନେଇ ବରିଷ୍ଠ ପୋଲିସ ଅଧିକ୍ଷକ ଡା. ଫାରୁକ୍ ଲିଞ୍ଜର ପୀଡ଼ିତ ମହିଳାଙ୍କୁ ଆଶ୍ୱାସନା ଦେଇଛନ୍ତି । ଏହା ବ୍ୟତୀତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କହିଛନ୍ତି । ଏହା ପୂର୍ବରୁ ପାକିସ୍ତାନରେ ଜମି ବିବାଦକୁ ନେଇ ଅନେକ ହିଂସା ଘଟଣା ସାମ୍ନାକୁ ଆସିଛି ।

Get real time updates directly on you device, subscribe now.