fbpx

ଅଷ୍ଟ୍ରେଲିଆ ନାମରେ ବଡ଼ ଲଜ୍ଜାଜନକ ରେକର୍ଡ: କଡ଼ା ଟକ୍କର ଦେଲା ସ୍କଟଲ୍ୟାଣ୍ଡ, ହାରୁ ହାରୁ ଜିତିଗଲା କଙ୍ଗାରୁ

Advertisement

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଆଜି ସ୍କଟଲ୍ୟାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଏକ ଲଜ୍ଜାଜନକ ରେକର୍ଡ କରିଛି । ପ୍ରଥମେ ବ୍ୟାଟିଂ କରି ସ୍କଟଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୮୦ ରନର ଏକ ମଜବୁତ ସ୍କୋର କରିଥିଲା । ତେବେ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ୫ ୱିକେଟରେ ଜିତିନେଇଥିଲେ ହେଁ ଦଳକୁ ଏଥିପାଇଁ କଠିନ କସରତ କରିବାକୁ ପଡ଼ିଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆର ବିଜୟ ଉପରେ ଇଂଲଣ୍ଡର ସୁପର-୮ ପ୍ରବେଶ ନିର୍ଭର କରୁଥିଲା । ତେଣୁ ଇଂଲଣ୍ଡକୁ ସୁପର-୮ରୁ ବିଦା କରିବା ପାଇଁ ଅଷ୍ଟ୍ରେଲିଆ ଖେଳାଳିମାନେ ଜାଣିଶୁଣି ଖରାପ ପ୍ରଦର୍ଶନ କରୁଛନ୍ତି ବୋଲି ଅନେକ ସନ୍ଦେହ ପ୍ରକାଶ କରିଥିଲେ ।

ଏହି ମ୍ୟାଚରେ ଫିଲ୍ଡିଂ ଅବସରରେ ଅଷ୍ଟ୍ରେଲିଆର ଖେଳାଳିମାନେ ମୋଟ ୬ଟି କ୍ୟାଚ ମିସ୍ କରିବାର ଏକ ଲଜ୍ଜାଜନକ ରେକର୍ଡ କରିଥିଲେ । ଏବେ ଟି-୨୦ ବିଶ୍ୱକପର ଗୋଟିଏ ମ୍ୟାଚରେ ସର୍ବାଧିକ କ୍ୟାଚ ଛାଡ଼ିବା କ୍ଷେତ୍ରରେ ଅଷ୍ଟ୍ରେଲିଆ ସବୁଠୁ ଆଗରେ ରହିଛି । ଏହା ପୂର୍ବରୁ ଟି-୨୦ ବିଶ୍ୱକପର କୌଣସି ମ୍ୟାଚରେ ସର୍ବାଧିକ କ୍ୟାଚ ଛାଡ଼ିବାର ରେକର୍ଡ ପାକିସ୍ତାନ ନାମରେ ରହିଥିଲା । ୨୦୦୯ ଓ ୨୦୧୯ରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନର ଖେଳାଳିମାନେ ୫-୫ଟି କ୍ୟାଚ ଛାଡ଼ିଥିଲେ । ଏହି ମ୍ୟାଚରେ ଟ୍ରେଭିସ ହେଡ ସର୍ବାଧିକ ୬୮ ରନ୍ କରି ଆଉଟ୍ ହୋଇଥିଲେ । ତେବେ ଖେଳ ଶେଷ ଆଡ଼କୁ ମାର୍କସ ଷ୍ଟଇନିସ ୨୯ ବଲରୁ ୫୯ ରନ୍ ସଂଗ୍ରହ କରିବା ଫଳରେ ଅଷ୍ଟ୍ରେଲିଆ ବିଜୟୀ ହୋଇ ପାରିଥିଲା । ମାତ୍ର ୪ଟି ବଲ ବାକିଥାଇ ଦଳ ବିଜୟ ହାସଲ କରିପାରିଥିଲା । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲେ ହେଁ ଦଳର ପ୍ରଦର୍ଶନଙ୍କୁ ସମସ୍ତେ ନିନ୍ଦା କରିଥିବା ବେଳେ ସ୍କଷ୍ଟଲ୍ୟାଣ୍ଡର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.