fbpx

ପୁଣି ମାଥ୍ୟୁ ୱେଡଙ୍କ କମାଲ: ଭାରତକୁ ୯୧ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ପୁଣିଥରେ କମାଲ ଦେଖାଇଛନ୍ତି ଅଷ୍ଟ୍ରେଲିଆର ମାଥ୍ୟୁ ୱେଡ । ମାତ୍ର ୨୦ ବଲରୁ ୪୩ ରନର ଏକ ବିସ୍ଫୋରକ ଇନିଂସ ଖେଳି ଦଳକୁ ୯୦ ରନରେ ପହଞ୍ଚାଇଛନ୍ତି । ଏଥିସହ ଭାରତକୁ ମିଳିଛଇ ୯୧ ରନର ଏକ ବଡ ଟାର୍ଗେଟ । ୱେଡଙ୍କ ବ୍ୟତୀତ ଅଧିନାୟକ ଆରନ ଫିଞ୍ଚ ମଧ୍ୟ ୧୫ ବଲରୁ ୩୧ ରନର ପାଳି ଖେଳିଛନ୍ତି ।

ବହୁ ପ୍ରତୀକ୍ଷା ପରେ ୮ ଓଭର ଲେଖାଏଁ ହୋଇ ଆରମ୍ଭ ହୋଇଥିଲା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦ ମ୍ୟାଚ । ମ୍ୟାଚ ଆରମ୍ଭରୁ ଭାରତ ଅଷ୍ଟ୍ରେଲିଆ ଉପରେ ଭାରୀ ପଡିଥିଲା । ଓପନର କ୍ୟାମରନ ଗ୍ରୀନଙ୍କୁ ରନ ଆଉଟ କରି ପ୍ରଥମ ଦଳକୁ ପ୍ରଥମ ସଫଳତା ଭେଟି ଦେଇଥିଲେ ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ । ପରେ ଗ୍ଲେନ ମ୍ୟାକ୍ସୱେଲ ଏବଂ ଟିମ ଡାଭିଡଙ୍କୁ ଅକ୍ସର ପାଭିଲିୟନ ପଠାଇଥିଲେ । ଫଳରେ ଭାରତ ଅଷ୍ଟ୍ରେଲିଆକୁ ବ୍ୟାକଫୁଟକୁ ଠେଲି ଦେଇଥିଲା । କିନ୍ତୁ ହଠାତ ମାଥ୍ୟୁ ୱେଡ ଭୟଙ୍କର ବ୍ୟାଟିଂ ଆରମ୍ଭ କରିଥିଲେ । ୨୦ ବଲରୁ ୪୩ ରନର ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି ୱେଡ । ଏହି ପାଳିରେ ୪ଟି ଚୌକା ସହ ସେ ୩ ଛକା ମାରିଥିଲେ ।

ତାଙ୍କ ବ୍ୟତୀତ ଅଧିନାୟକ ଆରନ ଫିଞ୍ଚ ୧୫ ବଲରୁ ୩୧ ରନର ମହତ୍ତ୍ୱପୂର୍ଣ୍ଣର୍ ଇନିଂସ ଖେଳି ଦଳକୁ ୯୦ ରନରେ ପହଞ୍ଚାଇଛନ୍ତି । ଫଳରେ ଭାରତକୁ ୮ ଓଭରରେ ୯୧ ରନର ବଡ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲିଆ । ସେପଟେ ଏହି ମ୍ୟାଚରେ ମଧ୍ୟ ଭାରତର ଦୁର୍ବଳ ବୋଲିଂ ଦେଖିବାକୁ ମିଳିଛି । ଅକ୍ସର ପଟେଲ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ବୁମରାହ ଗୋଟିଏ ୱିକେଟ ନିଜ ନାମରେ କରିଛନ୍ତି । ଏହାବ୍ୟତୀତ ଅନ୍ୟ କୌଣସି ବୋଲର ସଫଳତା ହାସଲ କରି ପାରି ନାହାନ୍ତି । ତେବେ ବ୍ୟାଟିଂ ଡିପାର୍ଟମେଣ୍ଟରେ ଶକ୍ତିଶାଳୀ ଦେଖାଯାଉଥିବା ଭାରତ ଏହାକୁ ଜିତି ସିରିଜରେ କମବ୍ୟାକ କରିବ ବୋଲି ଆଶା ରହିଛି ।

Get real time updates directly on you device, subscribe now.