fbpx

କରୋନା ସମୟରେ ଆଗେଇ ଆସିଲେ ଅଟୋ ଡ୍ରାଇଭର: ରୋଗୀଙ୍କୁ ମାଗଣାରେ ମେଡିକାଲ ନେଇ ସାଜିଛନ୍ତି ଦେବଦୂତ

ରାଞ୍ଚି, ୨୪ା୪: ବର୍ତ୍ତମାନ ସମଗ୍ର ଦେଶରେ କୋଭିଡକୁ ନେଇ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ ଦେଶର କିଛି ଅଞ୍ଚଳରେ ଅନେକ ଗରିବ ଲୋକ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳୁଛି । ଏହି ବିପତ୍ତି ସମୟରେ ଲୋକଙ୍କୁ ସେବା ଯୋଗାଇବାକୁ ଆଗେଇ ଆସିଛନ୍ତି ଝାଡ଼ଖଣ୍ଡର ଜଣେ ଅଟୋ ଡ୍ରାଇଭର । ସେ ରୋଗୀଙ୍କୁ ନିଜ ଅଟୋରେ ମାଗଣାରେ ଡାକ୍ତରଖାନା ନେଇ ଚିକିତ୍ସା ଯୋଗାଇ ଦେଉଛନ୍ତି । ଅଟୋ ଡ୍ରାଇଭର ଜଣକ ନିଜର ମୋବାଇଲ ନମ୍ବର ସୋସିଆଲ ମିଡ଼ିଆରେ ମଧ୍ୟ ସେୟାର ଦେଇଛନ୍ତି । ଫଳରେ ସାହାଯ୍ୟ ପାଇଁ ଯେ କେହି ବି ତାଙ୍କ ସହ ଯୋଗାଯୋଗ କରିପାରିବେ । ସେ ଗତ ୧୫ ତାରିଖରୁ ଲୋକଙ୍କ ପାଇଁ ଏହି ସେବା କରିଆସୁଛନ୍ତି ।

ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡରେ ଦୁଇଦିନ ତଳେ ଗୋଟିଏ ଦିନରେ ୧୦୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାସହ ୭୫୯୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ସଂକ୍ରମଣକୁ ନେଇ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହି ସମୟରେ ଲୋକଙ୍କୁ ଠିକ ସମୟରେ ହସ୍ପିଟାଲ ନେଇ ଚିକିତ୍ସା କରାଇବା ହେଉଛି ମୁଖ୍ୟ କାର୍ଯ୍ୟ । ନିଜ ଜୀବନକୁ ଖାତିର ନକରି ଲୋକଙ୍କ ସେବା କରି ଅଟୋ ଡ୍ରାଇଭର ଜଣକ ଆଜି ହିରୋ ପାଲଟି ଯାଇଛନ୍ତି ।

Get real time updates directly on you device, subscribe now.