fbpx
BJD SKY
BJD SKY

କାଲି ବସନ୍ତ ପଞ୍ଚମୀ, ସକାଳୁ ଉଠି କରନ୍ତୁନି ଏହି ଭୁଲ୍ ଅନ୍ୟଥା କ୍ଷତିରେ ପଡିବେ

BJD

ଓଡ଼ିଶା ଭାସ୍କର: ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ମାଘ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମା’ ସରସ୍ୱତୀଙ୍କ ପୂଜା କରାଯାଏ । ଏହି ଉପାସନା ପର୍ବକୁ ବସନ୍ତ ପଞ୍ଚମୀ କୁହାଯାଏ । ମା’ ସରସ୍ୱତୀଙ୍କୁ ବିଦ୍ୟା ଓ ସଙ୍ଗୀତର ଦେବୀ କୁହାଯାଏ । ଏହିଦିନ ବିବାହ, ନିର୍ମାଣ ଓ ଅନ୍ୟ ଶୁଭ କାମ କରାଯାଇପାରିବ । ଋତୁଙ୍କ ଏହି ସନ୍ଧିକାଳରେ ଜ୍ଞାନ ଓ ବିଜ୍ଞାନର ବରଦାନ ମିଳିଥାଏ । ଏହିଦିନ ସଙ୍ଗୀତ, କଳା ଓ ଆଧ୍ୟାତ୍ମର ଆଶୀର୍ବାଦ ବି ପ୍ରାପ୍ତ ହୋଇଥାଏ । ଏହି କ୍ରମରେ ଆସନ୍ତୁ ଜାଣିବା ଏହିଦିନ କେଉଁ ଭୁଲ୍ କଲେ କ୍ଷତିରେ ପଡିବେ ।

ଏହିଦିନ ବଡିଭୋରୁ ବିଛଣାରୁ ଉଠନ୍ତୁ । ସକାଳୁ ଉଠି ସ୍ନାନ ଓ ପୂଜା ନ କରି କୌଣସି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଆପଣ ଛାତ୍ର ହୁଅନ୍ତୁ କି ନ ହୁଅନ୍ତୁ କିନ୍ତୁ ସରସ୍ୱତୀଙ୍କ ପୂଜା ନିଶ୍ଚୟ କରନ୍ତୁ ।
ଏହିଦିନ କଳା ଓ ଲାଲ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ । ଅପରପକ୍ଷେ ଏହିଦିନ ଧଳା ଓ ହଳଦୀ ରଙ୍ଗର ପୋଷାକ ପିନ୍ଧନ୍ତୁ ।ଏହା ପ୍ରକୃତି ସହ ଜଡିତ ଏକ ପର୍ବ । ଏହିଦିନ ହରିୟାଲି ଉତ୍ସବ ବି ପାଳନ କରାଯାଏ । ଏହିଦିନ ଫସଲ କାଟିବା ଅନୁଚିତ । ଅପରପକ୍ଷେ ଏହିଦିନ ବୃକ୍ଷରୋପଣ କରିବା ଉଚିତ ।

ସରସ୍ୱତୀ ପୂଜାଦିନ ଭୁଲ୍‌ରେ ବି କାହାକୁ ଅପଶବ୍ଦ କୁହନ୍ତୁ ନାହିଁ । କୁହାଯାଏ ଏହିଦିନ ମାତା ସରସ୍ୱତୀ କଣ୍ଠରେ ବସିଥାନ୍ତି । ଏଣୁ ନିଜ ବାଣୀ ଉପରେ ସଂଯମ ରଖନ୍ତୁ ଓ କ୍ରୋଧରୁ ଦୂରେଇ ରହନ୍ତୁ । ଏହିଦିନ ମାଂସାହାର କିମ୍ବା ମଦ୍ୟପାନ କରନ୍ତୁ ନାହିଁ । କେବଳ ସାତ୍ତ୍ୱିକ ଭୋଜନ କରନ୍ତୁ ।

Get real time updates directly on you device, subscribe now.