ଭୋ ଭୋ… ହୋଇ କାନ୍ଦିଲେ MP, ଲୋକ ସଭାରେ ନ୍ୟାୟ ଦାବି କରିବେ କହିଲେ ଅୱଧେଶ ପ୍ରସାଦ Video ଉପରେ ପକାନ୍ତୁ ନଜର

ଦଳିତ ମହିଳାଙ୍କୁ ହତ୍ୟା ଘଟଣା ପାଇଁ କାନ୍ଦିଲେ ସାଂସଦ । କହିଲେ ନ୍ୟାୟ ନ ମିଳିଲେ ଇସ୍ତଫା ଦେବି ।

ଅଯୋଧ୍ୟା: ୨୨ ବର୍ଷୀୟା ଦଳିତ ମହିଳାଙ୍କ ହତ୍ୟା ଘଟଣା ପାଇଁ କାନ୍ଦିଲେ ଅଯୋଧ୍ୟା ଏମପି । କେନାଲ କିନଟରୁ ଦଳିତ ମହିଳାଙ୍କ ଉଲଗ୍ନ ମୃତଦେହ ମିଳିବା ଘଟଣାକୁ ନେଇ ଭାବୁକ ହୋଇପଡ଼ିଲେ ସାଂସଦ ଅୱଧେଶ ପ୍ରସାଦ ।

ମୃତ ଦଳିତ ମହିଳାଙ୍କ ପରିବାର ଲୋକଙ୍କ ଅନୁସାରେ, ମହିଳାଙ୍କୁ ହତ୍ୟା କରାଯାଇଛି । ମୃତଦେହରେ ଆଖି ତାଡ଼ି ନିଆଯାଇଥିବାବେଳେ ଶରୀରରେ କ୍ଷତ ଚିହ୍ନ ଥିବା ସେମାନେ କହିଛନ୍ତି ।

ମୋଦିଙ୍କୁ ଜଣାଇବି : ତେବେ ଘଟଣା ସମ୍ପର୍କରେ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଅଯୋଧ୍ୟା ଏମପି କାନ୍ଦିଥିଲେ । ସମ୍ମିଳବନୀରେ ଉପସ୍ଥିତ ଅନ୍ୟ ନେତା ତାଙ୍କୁ ତୁନି କରାଇଥିଲେ । ଅୱଧେଶ କହିଥିଲେ ଯେ, ମୁଁ ଦିଲ୍ଲୀ ଯାଇ ଲୋକସଭାରେ ମୋଦିଙ୍କ ସାମ୍ନାରେ ଘଟଣା ରଖିବି । ଯଦି ଆମକୁ ନ୍ୟାୟ ନ ମିଳେ, ତେବେ ମୁଁ ପଦରୁ ଇସ୍ତଫା ଦେବି ।

ଆଖି ତାଡ଼ି ନେଇଛନ୍ତି : ମହିଳା ଜଣକ ଗୁରୁବାର ରାତିରୁ ନିଖୋଜ ଥିଲେ । ଗାଁର ୫୦୦ ମିଟର ଦୂରରେ ଥିବା ଏକ କେନାଲରୁ ମହିଳାଙ୍କ ମୃତଦେହ ଶନିବାର ଦିନ ସକାଳେ ମିଳିଥିଲା । ମୃତାଙ୍କ ଗୋଡ଼, ହାତ ବନ୍ଧା ଥିବାବେଳେ ତାଙ୍କ ଶରୀରରେ କଟାଦାଗ ଏବଂ ତାଙ୍କ ଆଖି ତଡାଯାଇଥିବା କହିଛନ୍ତି ପରିବାର ।

ଥାନାରେ ଅଭିଯୋଗ ପରେ ସ୍ଥାନୀୟ ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।