fbpx
BSKY SKY
BSKY SKY

କେନ୍ଦ୍ର ବଜେଟ୍ ୨୦୨୨: ଆୟୁଷ୍ମାନ ଭାରତର ପରିସରରେ ହୋଇପାରେ ବୃଦ୍ଧି, ୮୦ ଲକ୍ଷ କର୍ମଚାରୀ ହେବେ ଉପକୃତ

BSKY

ନୂଆଦିଲ୍ଲୀ: ଭାରତୀୟ ରେଳବାଇ କର୍ମଚାରୀଙ୍କ ପାଇଁ ଖୁସିଖବର । ସରକାର ଏବେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ କୁ ମଧ୍ୟ ରେଳବାଇର ହସ୍ପିଟାଲ ଗୁଡ଼ିକ ସହିତ ଯୋଡ଼ିଛନ୍ତି । ଏହାଦ୍ୱାରା କର୍ମଚାରୀ ମାନେ ଅନେକ ଫାଇଦା ପାଇବେ । ଏହି ଉପାୟରେ ରେଳବାଇ ହସ୍ପିଟାଲ ଗୁଡ଼ିକରେ ସ୍ୱାସ୍ଥ୍ୟ ପ୍ରଣାଳୀ ଉନ୍ନତ ହେବ ଓ କର୍ମଚାରୀଙ୍କ ଫାଇଲ୍ ଡିଜିଟାଲ୍ ପାସ୍ ହୋଇପାରିବ । ଏପରିସ୍ଥଳେ ସମୟ ବି ବଞ୍ଚିବ ଓ କର୍ମଚାରୀଙ୍କୁ ବାରମ୍ବାର ଅଫିସ୍ ର ଚକର କାଟିବାକୁ ବି ପଡ଼ିବ ନାହିଁ ।୨୭ ସେପ୍ଟେମ୍ବର ୨୦୨୧ ରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍) କୁ ରେଳ ଡାକ୍ତରଖାନା ସହିତ ସଂଯୋଗ କମ୍ବା ଫଳରେ ପ୍ରାୟ ୮୦ ଲକ୍ଷ ରେଳ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ ।

ଦେଶର ୬୯୫ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ସହିତ ସଂଯୁକ୍ତ କରାଯାଇଛି । ଏହା ସହିତ ଭାରତୀୟ ରେଳବାଇର ସ୍ୱାସ୍ଥ୍ୟ ସୁବିଧା ବିଷୟରେ ସୂଚନା ଗ୍ରହଣ କରିବା ଏବଂ ଏହାକୁ ଡିଜିଟାଲ୍ ପଦ୍ଧତି ମାଧ୍ୟମରେ ବ୍ୟବହାର କରିବା ସହଜ ହୋଇଯିବ । ରେଳବାଇର ହସ୍ପିଟାଲକୁ ଆୟୁଷ୍ମାନ ଭାରତ ସହିତ ଯୋଡ଼ିବା ଦ୍ୱାରା ମେଡିକାଲ୍ ରେକର୍ଡ ର ଆଦାନପ୍ରଦାନରେ ସାହାଯ୍ୟ ହୋଇପାରିବ । ଏହି ଇଣ୍ଟିଗ୍ରେଟେଡ୍ ସିଷ୍ଟମ୍ ରୋଗୀଙ୍କୁ ଚିକିତ୍ସା କରିବାରେ ସହାୟକ ହେବ ।

ଜାନୁଆରୀ ୨୯ରେ ଏହି ବିଷୟରେ ସୂଚନା ଦେଇ ରେଳଟେଲ୍ କହିଛନ୍ତି ଯେ, ଏହି ଯୋଜନା ମାଧ୍ୟମରେ ୮୦ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀ ଲାଭ ପାଇପାରିବେ। ୮୦ ଲକ୍ଷ କର୍ମଚାରୀଙ୍କ ବ୍ୟତୀତ ପେନ୍‌ସନ୍‌ଭୋଗୀ ଏବଂ ସେମାନଙ୍କ ପରିବାର ମଧ୍ୟ ଏହାର ଫାଇଦା ଉଠାଇପାରିବେ । ଏହା ସହିତ ସାଧାରଣ ଲୋକମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ । ଭାରତୀୟ ରେଳବାଇର ସ୍ୱାସ୍ଥ୍ୟ ସୁବିଧା ବିଷୟରେ ସୂଚନା ଡିଜିଟାଲ୍ ମାଧ୍ୟମରେ ମିଳିପାରିବ ।

Get real time updates directly on you device, subscribe now.