fbpx

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା: ମେ ୧୯ରୁ ଆରମ୍ଭ ହେବ B.Ed ଓ M.Ed ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୯ ତରିଖରୁ ବି.ଏଡ, ବିଏଚଏଡ ଓ ଏମ.ଏଡ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ଆରମ୍ଭ ହେବ । ରାଜ୍ୟର ୩୧ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିବେ । ଚଳିତ ବର୍ଷ ଏହି ପ୍ରକ୍ରିୟାରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଥିବା ବେଳ ୨ ବର୍ଷିଆ ବି.ଏଡ ଓ ଏମ.ଏଡ ପାଠ୍ୟକ୍ରମରେ ନାମଲେଖାଯିବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାମ୍ସ ପୋର୍ଟାଲରେ ସୂଚନା ଦିଆଯାଇଛି ।

ଇଚ୍ଛୁକ ଛାତ୍ରଛାତ୍ରୀମାନେ ଜୁନ୍ ୧୦ ତାରିଖ ମଧ୍ୟରେ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ । ଜୁଲାଇ ୨୪ରେ ବି.ଏଡ, ବିଏଚଏଡ ଓ ୨୫ରେ ଏମ.ଏଡ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏଥିରେ ଆବେଦନ କରିଥିବା ପ୍ରାର୍ଥୀମାନେ ଜୁଲାଇ ୧୫ ପୂର୍ବାହ୍ନ ୧୧ଟା ପରେ ପୋର୍ଟାଲରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଚଳିତ ଶିକ୍ଷାବର୍ଷ ଠାରୁ କୋରାପୁଟ ଡିଏଭି କଲେଜ ଅଫ୍ ଟିଚର ଏଜୁକେସନରେ ୧୦୦ଟି ସିଟରେ ୨ ବର୍ଷିଆ ବିଏଡ ଓ ଏମ.ଏଡ ପାଠ୍ୟକ୍ରମ, ସମ୍ବଲପୁର ଡ. ପର୍ଶୁରାମ ମିଶ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଷ୍ଟଡିଜ ଇନ୍ ଏଜୁକେସନରେ ୫୦ଟି ସିଟରେ ୨ ବର୍ଷିଆ ଏମ.ଏଡ୍ ପାଠ୍ୟକ୍ରମ ଓ ଅନୁଗୁଳ ନବକୃଷ୍ଣ ଚୌଧରୀ କଲେଜ ଅଫ୍ ଟିଚର ଏଜୁକେସନରେ ୨ ବର୍ଷିଆ ଏମ.ଏଡ ପାଠ୍ୟକ୍ରମକୁ ସାମିଲ କରାଯାଇଛି । ୨ଟି ପର୍ଯ୍ୟାୟରେ ଏହି ସମସ୍ତ ପାଠ୍ୟକ୍ରମ ପାଇଁ ନାମଲେଖା ହେବ ।

Get real time updates directly on you device, subscribe now.