fbpx

ହରିଆଣା ଭୋଟ ଆଗରୁ ରାମ ରହିମଙ୍କ ପାରୋଲ ବିଜେପି ଆଡକୁ ଭୋଟରଙ୍କୁ କରିପାରିବ କି ଆକୃଷ୍ଟ?

ଚଣ୍ଡିଗଡ: ହରିଆଣା ବିଧାନସଭା ନିର୍ବାଚନର ଠିକ ୩ ଦିନ ପୂର୍ବରୁ, ବୁଧବାର ସକାଳୁ ସକାଳୁ ଜେଲରେ ବନ୍ଦୀ ଜୀବନ ବିତାଉଥିବା ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମଙ୍କୁ ପାରୋଲରେ ଛଡା ଯାଇଥି । ସେ ୨୦ ଦିନ ପାରୋଲରେ ଜେଲରୁ ବାହାରିଛନ୍ତି । ଭୋଟ ଦେବାକୁ କୋର୍ଟ ତାଙ୍କୁ ଜେଲରୁ ମୁକାଳିଥିବା ବେଳେ କିନ୍ତୁ କିଛି ସର୍ତ୍ତ ରଖିଛନ୍ତି । ଏଥିରେ ତାଙ୍କୁ କୁହାଯାଇଛି କି, ସେ ହରିଆଣାରେ ରହିବେ ନାହିଁ କି ନିର୍ବାଚନ ପ୍ରଚାରରେ କାମ କରିବେ ନାହିଁ । କୋର୍ଟଙ୍କ କଡା ତାଗିଦ ସତ୍ତେ୍ୱ କଂଗ୍ରେସ ଛାନିଆ ହୋଇପଡିଛି । କଂଗ୍ରେସ ନିର୍ବାଚନ କମିଶନରଙ୍କୁ ଚିଠି କରି ଆପତ୍ତି ଉଠାଇଛି । ହେଲେ ନିର୍ବାଚନ କମିଶନର ଏହାକୁ ଖାରଜ କରିଦେଇଛନ୍ତି ।

ଏବେ ଲୋକଙ୍କ ଭିତରେ ରାମ ରହିମଙ୍କ ପ୍ରତି ଲୋକଙ୍କ ଭିତରେ ସେ ପୂର୍ବ ପ୍ରଭାବ ନାହିଁ, କିନ୍ତୁ ଏବେ ମଧ୍ୟ ପଞ୍ଜାବ ଓ ହରିଆଣାରେ ଅନେକ ତାଙ୍କୁ ମାନିଥାନ୍ତି । ଭୋଟର ତିନି ଦିନ ପୂର୍ବରୁ ରାମ ରହିମ ଜେଲରୁ ବାହାରିବାରୁ ଲୋକଙ୍କ ଭିତରେ ଗୋଟିଏ ବାର୍ତ୍ତା ଯାଇଛି କି, ବିଜେପି ସରକାର ରାମ ରହିମଙ୍କ ପ୍ରତି ସମ୍ବେଦନଶୀଳ ଅଛି, ଯାହା ତାଙ୍କ ଅନୁଗାମୀଙ୍କୁ ପ୍ରଭାବିତ କରିବ ନିଶ୍ଚିତ ବୋଲି କୁହାଯାଉଛି ।

କୁହାଯାଉଛି ହରିଆଣାର ୩୦ ରୁ ଅଧିକ ବିଧାନସଭା ସିଟ ଉପରେ ବାବାଙ୍କର ଦଖଲ ରହିଛି । ଏଠାର ୫୦ ଲକ୍ଷରୁ ଅଧିକ ଭୋଟର ବାବାଙ୍କ ଅନୁଗାମୀ । ସେମାନଙ୍କ ଭିତରେ ଏହି ସନ୍ଦେଶ ଯାଉଛି କି, ବିଜେପି ସରକାର ଗଠନ କଲେ, ବାବାଙ୍କୁ କୌଣସି ପ୍ରକାରର ସମସ୍ୟା ହେବ ନାହିଁ । ସେ ଯେତେବେଳେ ଚାହିଁବେ ବାହାରକୁ ଆସିପାରିବେ । ସେହିପରି ଡେରାର ନେଟୱାର୍କ ସୁଦୃଢ ଥିବାରୁ ଅନୁଗାମୀ ଭୋଟରଙ୍କୁ ବିଜେପିକୁ ସମର୍ଥନ ଦେବାକୁ ବ୍ୟବହାର କରାଯାଇ ପାରିବ । ଯାହାକୁ ନେଇ ଚିନ୍ତାରେ କଂଗ୍ରେସ ।

 

Get real time updates directly on you device, subscribe now.