fbpx

ପୁଣି ଲୋକଙ୍କୁ ଭୟଭୀତ କଲାଣି ବାବା ଭେଙ୍ଗାଙ୍କ ୨୦୨୪ ମସିହା ପାଇଁ ଏହି ଭବିଷ୍ୟବାଣୀ…

Advertisement

ଓଡ଼ିଶା ଭାସ୍କର: ବୁଲଗେରିଆର ବାବା ଭେଙ୍ଗା ଜଣେ ପ୍ରସିଦ୍ଧ ଭବିଷ୍ୟତବକ୍ତା ଥିଲେ। ସେ ୧୯୧୧ ମସିହାରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ ବୟସରେ ଉଭୟ ଆଖିର ଦୃଷ୍ଟିଶକ୍ତି ହରାଇଥିଲେ। ଅଗଷ୍ଟ ୧୯୯୬ରେ ବାବା ଭେଙ୍ଗାଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ପୂର୍ବରୁ ବାବା ଭେଙ୍ଗା ୫୦୭୯ ମସିହା ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଥିଲେ। ଆମେରିକାର ୯/୧୧ ଆତଙ୍କବାଦୀ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଓ ବ୍ରେକ୍ଜିଟ୍ ଭଳି ବାବା ଭେଙ୍ଗାଙ୍କ ପୂର୍ବାନୁମାନ ସତ ପ୍ରମାଣିତ ହୋଇଛି।

ବାବା ଭେଙ୍ଗା ମଧ୍ୟ ୨୦୨୪ ବର୍ଷ ପାଇଁ ଏଭଳି ଅନେକ ଭବିଷ୍ୟବାଣୀ କରିଛନ୍ତି ଯାହା ଭୟଙ୍କର। ଯଦି ଏମାନଙ୍କ ମଧ୍ୟରୁ କୌଣସି ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୁଏ, ତେବେ ଦୁନିଆ ବଦଳିପାରେ। ଜାଣନ୍ତୁ ଏହି ଭବିଷ୍ୟବାଣୀ ବିଷୟରେ। ବାବା ଭେଙ୍ଗା ୨୦୨୪ ବର୍ଷ ପାଇଁ ଏକ ବଡ଼ ପାଣିପାଗ ପୂର୍ବାନୁମାନ କରିଛନ୍ତି। ଚଳିତ ବର୍ଷ ଗ୍ଲୋବାଲ ୱାର୍ମିଂ ନେଇ ସେ ଚେତାବନୀ ଦେଇଛନ୍ତି। ବାବା ଭେଙ୍ଗାଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ସମଗ୍ର ବିଶ୍ୱ ପାଣିପାଗ ଜନିତ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେବ।

ଚଳିତ ବର୍ଷ ଗରମ ଯେଭଳି ଆଲୋଡ଼ନ ସୃଷ୍ଟି କରିଛି ତାହା ଦେଖିଲେ ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ସତ ପ୍ରମାଣିତ ହେଉଛି। ବିଶ୍ୱ ପାଣିପାଗ ସଂଗଠନ ମଧ୍ୟ ୨୦୨୪କୁ ରେକର୍ଡ ଗରମ ବର୍ଷ ଭାବେ ରେକର୍ଡ କରିବାର ସମ୍ଭାବନା ସୃଷ୍ଟି କରିଛି। ୨୦୨୪ ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗ୍ରୀଷ୍ମ ପ୍ରବାହ ରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହେବ  ବାବାଙ୍କ ଭବିଷ୍ୟବାଣୀ ଅନୁଯାୟୀ ଚଳିତ ବର୍ଷ ଏଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ଘଟିପାରେ ଯାହା ଦୁନିଆକୁ ନଷ୍ଟ କରିପାରେ।

ବାବା ଭେଙ୍ଗା ୨୦୨୪କୁ ଏକ ଦୁଃଖଦ ବର୍ଷ ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ପୂର୍ବାନୁମାନ ଅନୁଯାୟୀ, ୨୦୨୪ ରେ ୟୁରୋପରେ ଅନେକ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ବାବା ଭେଙ୍ଗାଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ବିଶ୍ୱର ଯେକୌଣସି ବୃହତ୍ତମ ଦେଶ ଜୈବିକ ଅସ୍ତ୍ରପରୀକ୍ଷା କରିପାରିବେ। ବାବା ବଙ୍ଗାଙ୍କ ଏହି ଭବିଷ୍ୟବାଣୀ ପ୍ରକୃତରେ ଭୟଙ୍କର।

Get real time updates directly on you device, subscribe now.