fbpx

(video)ବାବରଙ୍କ ସାମ୍ନାରେ ହେଲା ନୋଟ୍‌ର ବର୍ଷା, ସମସ୍ତେ ଦେଖି ତାଜୁବ

ନୂଆଦିଲ୍ଲୀ: ବାବର ଆଜମ୍ ବିଶ୍ୱକପ୍ ୨୦୨୩ରେ ପାକିସ୍ତାନ କ୍ରିକେଟ ଟିମ୍‌ର କ୍ୟାପଟେନ ଭାବରେ ଓ ଜଣେ ଖେଳାଳୀ ଭାବରେ ଖରାପ ପ୍ରଦର୍ଶନ ପରେ କ୍ୟାପଟେନସିପ୍ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ୨୦୧୯ରେ ସେ ପାକିସ୍ତାନ କ୍ରିକେଟ୍ ଟିମ୍‌ର କ୍ୟାପଟେନ ହୋଇଥିଲେ । ସେ କ୍ରିକେଟର ୩ ଫର୍ମାଟରେ ଟିମ୍‌ର କ୍ୟାପଟେନସିପ୍ ସମ୍ଭାଳିଛନ୍ତି । ଏବେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‌ରେ ବାବର ନଜର ଆସିବେ । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ବାବରଙ୍କ ସାମ୍ନାରେ ନୋଟ୍‌ର ବର୍ଷା ହେଉଥିବା ଦେଖିବାକୁ ମିଳୁଛି ।

ଭିଡିଓରେ ଦେଖିବାକୁ ମିଳୁଛି ଲୋକମାନେ ବାବରଙ୍କ ସାମ୍ନାରେ ଟଙ୍କା ଉଡାଉଛନ୍ତି । ପ୍ରକୃତରେ ଏହି ଭିଡିଓ ପାକିସ୍ତାନ କ୍ରିକେଟ୍ ଟିମ୍‌ର ବ୍ୟାଟସମ୍ୟାନ୍ ଇମାମ ଉଲ୍ ହକ୍‌ଙ୍କ ବିବାହ କାର୍ଯ୍ୟକ୍ରମ ସମୟର । ବିବାହ ପୂର୍ବରୁ ସେ କବାଲି ପ୍ରୋଗ୍ରାମ ରଖିଥିଲେ ଯେଉଁଥିରେ ବାବରଙ୍କ ବ୍ୟତିତ ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ସରଫରାଜ ଅହମ୍ମଦ, ମୋହମ୍ମଦ ହାଫିଜ୍ ଓ ବହାବ ରିଆଜ୍ ସାମିଲ ହୋଇଥିଲେ । ଏହି ସମୟରେ ଲୋକମାନେ କବାଲି ଗାଉଥିବା ଲୋକଙ୍କ ଉପରେ ପଇସା ଉଡାଇଥିଲେ ।

Get real time updates directly on you device, subscribe now.