fbpx

Baby Care Tips: ଶୀତ ଦିନେ ନବଜାତ ଶିଶୁର କିପରି ନେବେ ଯତ୍ନ 

Advertisement

ଓଡ଼ିଶା ଭାସ୍କର: ଋତୁ ବଦଳିବା ସାଙ୍ଗକୁ ସଂକ୍ରମଣ ବି ବୃଦ୍ଧି ପାଇଥାଏ । ବିଶେଷ କରି ନବଜାତ ଶିଶୁଙ୍କ ଉପରେ ଏହାର ପ୍ରଭାବ ଦେଖାଦିଏ । ସେମାନଙ୍କ ତ୍ୱଚା ଅତି ସମ୍ବେଦନଶୀଳ ହେବା ସହ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ । ସେଥିପାଇଁ ସେମାନେ ସହଜରେ ଥଣ୍ଡା, କାଶ, ସର୍ଦ୍ଦି, ଜ୍ୱର ଭଳି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ନବଜାତ ଶିଶୁଙ୍କ ଦେଖାଶୁଣା କରିବା କାଠିକର ପାଠ ଏବଂ ଏଥିରେ ଟିକେ ବି ଅବହେଳା ସେମାନଙ୍କ ପାଇଁ ବିପଦ ଆଣିପାରେ । ତେବେ ଆସନ୍ତୁ ଜାଣିବା ଶୀତ ଦିନେ ନବଜାତ ଶିଶୁଙ୍କ ଯତ୍ନ ନେବାର କିଛି ଟିପ୍ସ୍ ବିଷୟରେ :

୧. ନବଜାତ ଶିଶୁଙ୍କ ଶରୀରର ତାପମାତ୍ରା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଅତ୍ୟାଧିକ ଥଣ୍ଡା କାରଣରୁ ନବଜାତ ଶିଶୁଙ୍କ ଠାରେ ହାଇପୋଥର୍ମିଆ ହେବାର ଆଶଙ୍କା ଦେଖାଦେଇଥାଏ । ସେଥିପାଇଁ ସେମାନଙ୍କୁ ସବୁବେଳେ ଶୀତବସ୍ତ୍ର ପିନ୍ଧାଇ ରଖନ୍ତୁ । ବିଶେଷ କରି ହାତ ଓ ଗୋଡ଼କୁ ଢ଼ାଙ୍କି ରଖନ୍ତୁ ।

୨. ପ୍ରତିଦିନ ନବଜାତ ଶିଶୁଙ୍କୁ ସ୍ନାନ କରାନ୍ତୁ ନାହିଁ । ଏହା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ସେମାନଙ୍କୁ ସ୍ନାନ କରାଇବା ପୂର୍ବରୁ କୌଣସି ଉତ୍ତମ ତେଲରେ ମାଲିସ କରିବା ସହ ୧-୨ ଦିନ ଛାଡ଼ି ସ୍ନାନ କରାନ୍ତୁ । ଆପଣ ଚାହିଁଲେ ସ୍ପଞ୍ଜ୍ ବାଥ୍ କରାଇପାରିବେ ।

୩. ନବଜାତ ଶିଣୁଙ୍କୁ ଭ୍ୟାକସିନ୍ ଲଗାଇବା ଭୁଲିବେ ନାହିଁ । ଶିଶୁଙ୍କୁ ଜ୍ୱର, ଥଣ୍ଡା ବା କାଶ ହୋଇଥିଲେ ସ୍ତନ୍ୟପାନ କରାଇବା ବନ୍ଦ କରନ୍ତୁ ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସହ ସ୍ତନ୍ୟପାନ ଜାରି ରଖନ୍ତୁ । ଏହା ସେମାନଙ୍କୁ ସଂକ୍ରମଣ ଠାରୁ ଦୂରେଇ ରଖିଥାଏ ।

୪. ପ୍ରାୟତଃ ନବଜାତ ଶିଶୁମାନେ ଖଟ ବା ଝୁଲାରେ ପରିଶ୍ରା କରିବା ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଓଦାରେ ରହିଥାନ୍ତି । ଏହା ସେମାନଙ୍କୁ ଥଣ୍ଡା, ସର୍ଦ୍ଦ ସହ ସଂକ୍ରମଣ ହୋଇପାରେ । ତେଣୁ ସବୁବେଳେ ନବଜାତ ଶିଶୁଙ୍କୁ ଶୁଖିଲାରେ ରଖନ୍ତୁ ।

Get real time updates directly on you device, subscribe now.