fbpx
BSKY SKY
BSKY SKY

(Video)ଓଃ କି ରୋମଟାଙ୍କୁରା ଦୃଶ୍ୟ:ରାସ୍ତାରେ ମରି ପଡିଛି ମାଆ ମାଙ୍କଡ଼, ମାଆକୁ ଉଠେଇବା ପାଇଁ ପାଖରେ ବସି କାନ୍ଦୁଛି ଛୁଆ

BSKY

ଆସାମ: ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦେଖୁ। ବେଳେ ବେଳେ ଆମେ କିଛି ଏପରି ଭିଡ଼ିଓ ଦେଖୁ ଯାହା ଆମକୁ ବହୁତ କଷ୍ଟ ଦିଏ ।ସେହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ପଶ୍ଚିମ ଆସାମରେ ଦୁଇ ମାସର ଏକ ମାଙ୍କଡ଼ ର ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଦ୍ରୁତ ଗତିରେ ଆସହୁଥିବା ଗାଡି ଧକ୍କା ହେବା ପରେ ମୃତ୍ୟୁବରଣ କରିଥିବା ମା’ଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଏଥି ସହିତ ପଶୁପ୍ରେମୀ ତଥା ସଂରକ୍ଷଣ କର୍ମୀମାନେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ କଡା ପଦକ୍ଷେପ ନେବାକୁ କହିଛନ୍ତି।

ସୁବର୍ଣ୍ଣ ମାଙ୍କଡ଼ ଏକ ବିଲୁପ୍ତପ୍ରାୟ ପ୍ରଜାତି । ପଶ୍ଚିମ ଆସାମର ଏକ ଛୋଟ ଅଞ୍ଚଳରେ ଏବଂ ପଡୋଶୀ ଭୁଟାନର ପାଦଦେଶରେ ଏହି ପ୍ରଜାତିଙ୍କୁ ଦେଖିବାକୁ ମିଳେ। ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ଦିନ ବଙ୍ଗାଇଗାଓଁ ଜିଲ୍ଲାର କାକୋଇଜାନା ଅଞ୍ଚଳରେ ଖାଦ୍ୟ ସନ୍ଧାନରେ ଏକ ଗଛରୁ ଓହ୍ଲାଇ ଆସୁଥିବା ମାଙ୍କଡ କୁ ଏକ ଦ୍ରୁତ ଗତିରେ ଆସୁଥିବା ଗାଡି ଧକ୍କା ଦେଇଥିଲା।

ଭାଇରାଲ ଭିଡିଓରେ ଶିଶୁ ମାଙ୍କଡଟି ମୃତ ମାକୁ ଜାଗ୍ରତ କରିବାକୁ ଚେଷ୍ଟା କରୁଥିବାବେଳେ କାନ୍ଦୁଥିବା ଦେଖିବାକୁ ମିଳିଛି। ସେ ପ୍ରାୟ ଏକ ଘଣ୍ଟା ଧରି ସମାନ ସ୍ଥାନରେ ବସିଥିଲେ। ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ସେଠାରୁ ହଟାଇ ଦେଇଥିଲେ।

ଆମେ ଯଦି ଗାଡି ଚଳାଇବା ବେଳେ ଟିକିଏ ସାବଧାନ ରୁହନ୍ତେ ତେବେ ହୁଏତ ଏହା ହୋଇ ନଥାନ୍ତା । ସେମାନେ ପଶୁ ପକ୍ଷୀ ହେଲେ ମଧ୍ୟ ତାଙ୍କର ପରିବାର ରହିଛି । ଯେଉଁ ଭଳି ଭାବରେ ଆମେ ଆମର ପ୍ରିୟ ଜନଙ୍କୁ ହରାଇବା ଦ୍ୱାରା ଦୁଃଖ ପ୍ରକାଶ କରୁଛୁ ଠିକ ସେହିପରି ସେମାନେ ମଧ୍ୟ କଷ୍ଟ ଅନୁଭବ କରନ୍ତି ବାସ ଆମେ ଯେପରି ମୁହଁ ଖୋଲି ପ୍ରକାଶ କରି ପାରୁ ସେଭଳି ସେମାନେ କରି ପାରନ୍ତି ନାହିଁ ।

ତେଣୁ ଆପଣ ଯେତେବେଳେ ଯାନ ଚଳାଚଳ କରୁଛନ୍ତି ଏବଂ ରାସ୍ତାରେ କୌଣସି ପଶୁଙ୍କୁ ଅତିକ୍ରମ କରୁଥିବାର ଦେଖୁଛନ୍ତି ଦୟାକରି ସେଠାରେ କିଛି ସମୟ ରହିଯାଆନ୍ତୁ ଏବଂ ସେମାନଙ୍କୁ ରାସ୍ତା ଅତିକ୍ରମ କରିବାକୁ ଦିଅନ୍ତୁ । ଏହା ଦ୍ୱାରା ଆମେ ତାଙ୍କର ଜୀବନ ରକ୍ଷା କରିବାରେ ମଧ୍ୟ ସହଯୋଗ କରିପାରିବା ଆଉ ଏହି ଭଳି ହୃଦୟବିଦାରକ ଦୃଶ୍ୟ ଆଉ ଦେଖିବାକୁ ହୁଏତ ମିଳିବ ନାହିଁ ।

Get real time updates directly on you device, subscribe now.