ପିଲାଙ୍କୁ ଦେଉଛନ୍ତି କି Cerelac? ସାବଧାନ!

ସାମ୍ନାକୁ ଆସିଲା ବହୁତ ବଡ ଚାଞ୍ଚଲ୍ୟକର କଥା

ଓଡିଶା ଭାସ୍କର: ବେବିଫୁଡ କହିଲେ ସାଧାରଣତଃ ସମସ୍ତେ ସେରେଲାକକୁ ହିଁ ବୁଝନ୍ତି । କିନ୍ତୁ ଭାରତରେ ନେସଲେର ଦୁଇଟି ସର୍ବାଧିକ ବିକ୍ରି ହେଉଥିବା ବେବିଫୁଡ ବ୍ରାଣ୍ଡରେ ବହୁ ପରିମାଣର ଚିନି ଥିବା ଦେଖିବାକୁ ମିଳିଛି। ତେବେ ଚିନ୍ତାର ବିଷୟ ହେଉଛି ଯେ, ଏହା ଇଂଲଣ୍ଡ, ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ ଏବଂ ଅନ୍ୟ ଦେଶ ମାନଙ୍କରେ ଚିନିମୁକ୍ତ ଅଟେ। କିନ୍ତୁ ଭାରତକୁ ଆସୁଥିବା ଦ୍ରବ୍ୟରେ ଅଧିକ ୩ ଗ୍ରାମ୍‌ ଚିନି ରହୁଥିବା ଜଣାପଡିଛି।

ବିଶ୍ୱର ସର୍ବବୃହତ୍ତ ଉପଭୋକ୍ତା ସାମଗ୍ରୀ କମ୍ପାନୀ ନେଷ୍ଟ୍‌ଲେ ବିଭିନ୍ନ ଦେଶରେ ଶିଶୁ ଦୁଗ୍ଧ ଏବଂ ଶସ୍ୟ ଉତ୍ପାଦନରେ ଚିନି ଏବଂ ମହୁ ମିଶାଇଥାଏ, ଯାହା ମେଦବହୁଳତା ଏବଂ ଭିନ୍ନ ଭିନ୍ନ ରୋଗ ସୃଷ୍ଟିକାରୀ। ଯାହା ଆନ୍ତର୍ଜାତୀୟ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛି। ଏହି ଉଲ୍ଲଂଘନ କେବଳ ଏସୀୟ, ଆଫ୍ରିକୀୟ ଏବଂ ଲାଟିନ୍ ଆମେରିକୀୟ ଦେଶରେ ଦେଖିବାକୁ ମିଳିଛି।

ଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀ ଏହାର ଶିଶୁ ଖାଦ୍ୟ ସାମଗ୍ରୀରେ ଶର୍କରା ପରିମାଣକୁ ୩୦ ପ୍ରତିଶତ ହ୍ରାସ କରିଛି ଏବଂ ସେଗୁଡିକୁ ହ୍ରାସ କରିବା ପାଇଁ ଉତ୍ପାଦଗୁଡିକର “ସମୀକ୍ଷା” ଜାରି ରଖିଛି ବୋଲି ନେସଲେ ଇଣ୍ଡିଆ ଲିମିଟେଡର ମୁଖପାତ୍ର ଏନଡିଟିଭିକୁ କହିଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ ଭାରତରେ ମିଳୁଥିବା ୧୫ ଟି ଯାକ ସେରେଲାକରେ ହାରାହାରି ୩ ଗ୍ରାମ ଚିନି ରହିଥାଏ। ଯାହା ଜର୍ମାନୀ ଏବଂ ବ୍ରିଟେନରେ ବିନା ଚିନିରେ ମିଳୁଛି।