fbpx

(Video)Bad Newz Trailer: ଭିକି ସହ ରୋମାନ୍ସ କରିବେ ତୃପ୍ତି ଡିମରୀ

Advertisement

ଭିକି ସହ ରୋମାନ୍ସ କରିବେ ତୃପ୍ତି ଡିମରୀ
ଓଡିଶା ଭାସ୍କର: ଯଦି ଆପଣଙ୍କୁ ରୋମାଣ୍ଟିକ- କମେଡି ଫିଲ୍ମ ଦେଖିବାକୁ ପସନ୍ଦ ଆସେ, ତେବେ ପ୍ରସ୍ତୁତ ହୋଇ ଯାଆନ୍ତୁ । ଭିକି କୌଶଲ, ତୃପ୍ତି ଡିମରୀ ଓ ଏମି ୱିର୍କ ଷ୍ଟାରର ସିନେମା ‘ବେଡ ନ୍ୟୁଜ’ର ଟ୍ରେଲର ଜାରି କରାଯାଇଛି । ସିନେମା ‘ବେଡ ନ୍ୟୁଜ’(Bad Newz) ର ଟ୍ରେଲର ଜବରଦସ୍ତ ହୋଇଛି । ଯେଉଁଥିରେ ଦର୍ଶକେ ଢେର ସାରା କମେଡି ଓ ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ତୃପ୍ତିଙ୍କ ଅଙ୍ଗ ପ୍ରଦର୍ଶନ ବି ଦେଖି ପାରନ୍ତି । ଆନନ୍ଦ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ସିନେମା ୧୯ ଜୁଲାଇରେ ସିନେମା ଘରକୁ ଆସି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବ । ଦୁଇ ଦିନ ପୂର୍ବରୁ ସିନେମାର ରିଲିଜ ଡେଟ ଘୋଷଣା କରାଯାଇଥିଲା ଓ ଆଜି ଏହାର ଟ୍ରେଲର ରିଲିଜ ହୋଇଛି । ଏହା ସହ ଫିଲ୍ମର କେତେକ ପୋଷ୍ଟର ବି ରିଲିଜ କରାଯାଇଛି । ଧର୍ମା ପ୍ରଡକ୍ସନର ଇନଷ୍ଟାଗ୍ରାମ ପେଜ ଏହାର ରିଲିଜ କରି ଲେଖିଛି, ‘ଷ୍ଟାର୍ଟ ରୋଲିଂ ଡ୍ରମ୍ସ, ବେଡ ନ୍ୟୁଜ କା ଟ୍ରେଲର ଆ ରହା’ ।

ସିନେମାକୁ ନେଇ ବହୁ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । ଏବେ ଏହାର ଟ୍ରେଲର ଦେଖି ଲାଗୁଛି ଯେ ‘ବେଡ ନ୍ୟୁଜ’ (Bad Newz) ସୁପରହିଟ ସାବ୍ୟସ୍ତ ହୋଇପାରେ । ‘ଗୁଡ ନ୍ୟୁଜ’( ୨୦୧୯) ଉପରେ ଆଧାରିତ ଏହି ସିନେମାକୁ ଟିକେ ସ୍ୱାଇପ କରି ଦିଆଯାଇଛି । ସିନେମାରେ ନେହା ଧୁପିଆ ମଧ୍ୟ ଅଭିନୟ କରୁଛନ୍ତି । ଟ୍ରେଲରରେ ଦେଖିବାକୁ ମିଳୁଛି ଜଣେ ଝିଅ ଦୁଇଟି ପୁଅକୁ ନିଜ ପ୍ରେମ ଜାଲରେ ଫସାଇଛି । ଯେତେବେଳେ ସେ ଗର୍ଭବତୀ ହୁଅନ୍ତି, ସେହି ସମୟରେ କିଛି କପ୍ଲିକେସନ କାରଣରୁ ଉଭୟ ପ୍ରେମିକ ଝିଅ ଜନ୍ମ ଦେଇଥିବା ପିଲାର ବାପା ବନିଥାଆନ୍ତି । ଏଭଳି ଭାବରେ ସିନେମାର କାହାଣୀ ଗତିଶୀଳ ହୋଇଛି । ଯାହାକୁ ଦର୍ଶକେ ମଧ୍ୟ ବେଶ୍ ପସନ୍ଦ କରିଛନ୍ତି । ସିନେମାର ମୋଡ କେଉଁ ଆଡକୁ ଯାଉଛି ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୧୯ ତାରିଖରେ ସିନେମା ହଲକୁ ଯିବାକୁ ହେବ ।

 

View this post on Instagram

 

A post shared by Dharma Productions (@dharmamovies)

Get real time updates directly on you device, subscribe now.