ବିଛିନ୍ନତା ଭିତରେ ଲୁଚି ଯାଉଛି ଆଦିବାସୀଙ୍କ ଭାଗ୍ୟ: ପାହାଡ଼ ଚଢ଼ିଲେ ସ୍କୁଲ ଯିବାକୁ ଉପଜୁଛି ସମସ୍ୟା, ଅନେକ ଛାତ୍ରଛାତ୍ରୀ ଅଧାରୁ ଛାଡୁଛନ୍ତି ପାଠପଢ଼ା
ଖଇରପୁଟ, (ଭାସ୍କର ନ୍ୟୁଜ୍): ବିଛିନ୍ନତା ଭିତରେ ଲୁଚି ଯାଉଛି କେତେ ଯେ ଆଦିବାସୀଙ୍କ ଭାଗ୍ୟ ତାର ତ ହିସାବ କରିବା ମୁସ୍କିଲ । ହେଲେ ମୌଳିକ ସୁବିଧା ପାଇବା ପାଇଁ ଗ୍ରାମବାସୀଙ୍କ ଅକ୍ଲାନ୍ତ ପରିଶ୍ରମ ଏହା ସେମାନଙ୍କୁ କନ୍ଦାଉଛି । ସେସ ବୁ ସହିଯାଇଛନ୍ତି ଆଦିବାସୀ କିନ୍ତୁ ନିଜ ଗାଁ’ର କୁନିକୁନି ପିଲାଙ୍କ ଭବିଷ୍ୟତକୁ ଅନ୍ଧାରରେ ନଭରି ଯାଉ ଖାଲି ସେତିକି ସେମାନଙ୍କ ସରକାରଙ୍କ ପାଖରେ ନିବେଦନ । ପାଠ ପଢିବା ପାଇଁ ସ୍କୁଲ ପିଲାଏ ୫ କିମି ପାହାଡ଼ ଡେଇଁ ସ୍କୁଲ ଯାଉଥିବା ବେଳେ ବହୁ ଛାତ୍ରଛାତ୍ରୀ ଅଳ୍ପ ଦିନରେ ପାଠ ଛାଡି କୁଲି ମଜୁରୀ ଉପରେ ନିର୍ଭର କରନ୍ତି । ଆସନ୍ତୁ ଦେଖିବା ମାଲକାନଗିରି ଜିଲ୍ଲାର ଆଉ ଏକ ଅପହଞ୍ଚ ଗାଁ ବାଘଡଙ୍ଗର ନିରବିଛିନ୍ନ ଗାଁ । ମୌଳିକ ସୁବିଧାରୁ ବହୁ ଦୂରରେ ଏଠାକାର ଗ୍ରମବାସୀ ।
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବାଘଡଙ୍ଗର ଗାଁ । ପଥର ଓ ମାଟିର ଏହି ପାହାଡିଆ ଯନ୍ତ୍ରଣା ଦାୟକ । ଏହି ଗ୍ରାମରେ ବିକାଶ ଯେମିତି ବାଟ ହୁଡ଼ିଛି । ଯେଉଁପଟେ ଦେଖିଲେ ପାହାଡ଼ ଏବଂ କୁଡ଼ିଆ ଘର । ସରକାରୀ ଯୋଜନାରୁ ଦୂରରେ ଥିବାରୁ ଗ୍ରମବାସୀ କ୍ଷଭୋ ପ୍ରକାଶ କରିଛନ୍ତି । ଗାଁ’ରେ ଗୋଟିଏ ହିଁ ନଳକୂପ ଯାହା ଏବେ ଅଚଳ ହୋଇ ପଡିଛି । ଦୀର୍ଘ ୨ କିମି ଯିବା ପରେ ଚୁଆ ପାଣି ଆଣି ପାନୀୟ ଜଳ ଭାବେ ଗ୍ରହଣ କରନ୍ତି ଯାହାକି ସାଧାରଣଭାବେ ସ୍ନାନ ଶୌଚ ପାଇଁ ବି ନିଷେଧ । ସରକାରୀ ଯୋଜନା କହିଲେ ଆଉ ଏକ ଆବାସ ଗୃହ ଯାହା କି ସେ ବି ଅଧାପନ୍ତରିଆ ଭାବେ ଆଜିକୁ ୬ ବର୍ଷ ହେବ ପଡି ରହିଛି । ୫ କିମିର ପାହାଡ଼ ଚଢି ନାଳ ଡେଇଁ ଚାଲି ଚାଲି ଆସନ୍ତି ସ୍କୁଲ ପିଲା । ଯାହାଙ୍କ ବୟସ ୭ ରୁ ୮ ବର୍ଷ ହେବ । ସେମାନେ ପାଠ ପଢିବା ପାଇଁ ଦୈନନ୍ଦିନ ଏଭଳି ପାହାଡ଼ ଡେଇଁ ନାଳ ପାର କରି ୫ କିମି ଚାଲି ମାଳିଗୁଡା ସ୍କୁଲ କୁ ଯାଆନ୍ତି । ବଣଜଙ୍ଗଲ ରାସ୍ତା ଦେଇ ଯାତାୟାତ କରିବା କେତେ ଯେ ଭୟଙ୍କର ତାହା ଏହି କୁନି କୁନି ପିଲାଙ୍କୁ ଅଜଣା । କିଛି ଦିନ ଏଭଳି ଯିବା ପରେ ଅଧାରୁ ପାଠ ଛାଡି ଏମାନେ ଏମାନେ କୁଲି ମଜୁରୀ ରେ ଲାଗି ପଡନ୍ତି । କୁନି କୁନି ପିଲାଙ୍କ ଏହି ଯାତ୍ରା ଯେ ଅନ୍ଧକାରର କେଉଁ ସ୍ତରକୁ ଯିବା ତାହା ଆମେ ଅନୁମାନ ଲଗାଇବା ବି ଅସମ୍ଭବ । ଗାଁ’ରେ ନା ଅଛି ସ୍କୁଲ ନା ଅଛି ଅଙ୍ଗନୱାଡ଼ି କେନ୍ଦ୍ର ନା ସ୍ୱାସ୍ଥ୍ୟ ସେବା । ଯଦି କାହାର କୌଣସି ଅସୁବିଧା ହୁଏ ତେବେ ଖଟିଆ ହିଁ ଏମାନଙ୍କ ପାଇଁ ଭରସା । ଏ ବାବଦରେ ସ୍ଥାନୀୟ ସରପଞ୍ଚ କୁହନ୍ତି କେମିତି କଣ ଉନ୍ନତି ହୋଇପାରିବ ତାହା ଯଥା ସମ୍ଭବ ଚେଷ୍ଟା କରିବେ ।