fbpx

BAJAJ Allianz ଲାଇଫର ଉଲ୍ଲେଖନୀୟ ପ୍ରଦର୍ଶନ; ଆସୁ୍ୟରଡ୍ ୱେଲ୍ଥ ଗୋଲର ଉନ୍ମୋଚନ, ଜାଣନ୍ତୁ ଫାଇଦା

ଭୁବନେଶ୍ୱର: ବଜାଜ ଆଲିଆଂଜ୍ ଲାଇଫ୍ ଇନ୍ସୁ୍ୟରାନ୍ସ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଅକ୍ଟୋବର ସୁଦ୍ଧା କମ୍ପାନୀ ମୋଟ ରିଟେନ୍ ପ୍ରିମିୟମରେ ୩୪ ପ୍ରତିଶତ ଓ ନବୀକରଣ ପ୍ରିମିୟମରେ ୨୩ ପ୍ରତିଶତ ବୃଦ୍ଧି ହାସଲ କରିଛି । ଶ୍ରେଷ୍ଠ ୧୦ କମ୍ପାନୀ ମଧ୍ୟରେ ଏହା ପ୍ରମୁଖ ସଂସ୍ଥା ହୋଇଥିବା ବେଳେ ନୂଆ ବ୍ୟବସାୟ ପ୍ରିମିୟମ୍ ଘରୋଇ ଜୀବନ ବୀମା କମ୍ପାନୀ ମଧ୍ୟରେ ଚତୁର୍ଥ ବୃହତ୍ତମ। କଂପାନି ଅକ୍ଟୋବର ସୁଦ୍ଧା ୫୩% ପ୍ରିମିୟମ୍ ଓ ପ୍ରଥମ ଥର ପ୍ରିମିୟମରେ ୬୧% ବୃଦ୍ଧି ହାସଲ କରିଛି । ଇଣ୍ଡିଭିଦୁଆଲ୍ ରେଟେଡ୍ ନିଉ ବିଜନେସରେ କମ୍ପାନୀ ୫୫% ବୃଦ୍ଧି ହାସଲ କରିଛି ।

ଚଳିତ କ୍ୟାଲେଣ୍ଡର୍ ବର୍ଷକୁ ଏକ ନୂଆ ଉତ୍ପାଦନ ଉନ୍ମୋଚନ ଜରିଆରେ କମ୍ପାନୀ ଶେଷ କରିବାକୁ ଯାଉଛି । ସେହି ଭାଲୁ୍ୟ ପ୍ୟାକ୍ଡ ପ୍ଲାନର ନାମ ହେଉଛି ବଜାଜ ଆଲିଆଂଜ୍ ଲାଇଫ୍ ଆସୁ୍ୟରଡ୍ ହେଲ୍ଥ ଗୋଲ୍ । ଏହି ସଞ୍ଚୟ ସହିତ ଗ୍ୟାରେଂଟି ଜୀବନ ବୀମା ପ୍ଲାନକୁ ଜୀବନର ଲକ୍ଷ୍ୟ ଯଥା ଘର ତିଆରି କରିବା, ବିଦେଶକୁ ଛୁଟି କଟାଇବା ଲାଗି ଯିବା, ପିଲାଙ୍କ ଉଚ୍ଚ ଶିକ୍ଷା ପୂରଣ କରିବା, ଲକ୍ଜୁରି କାର୍ କିଣିବା ଆଦିକୁ ସୁରକ୍ଷିତ ରଖିବା ଲାଗି ଗ୍ୟାରେଂଟି ଆୟ ପ୍ରଦାନ କରିବା ଭଳି ପ୍ରସ୍ତୁତ କରାଯାଇଛି । ପଲିସିଧାରକମାନଙ୍କ ଲାଗି ଏହା ଦୁଇଟି ଭାରିଆଣ୍ଟ ଆସିଛି ଯାହାକୁ ସେମାନେ ନିଜ ଆର୍ଥିକ ଲକ୍ଷ୍ୟ ଅନୁସାରେ ଚୟନ କରିପାରିବେ ।

ଏହି ଅବସରରେ ଶ୍ରୀଯୁକ୍ତ ତରୁଣ ଚୁଗ୍, ଏମ୍ଡି ଓ ସିଇଓ, ବଜାଜ ଆଲିଆଂଜ୍ ଲାଇଫ୍ କହିଛନ୍ତି ଯେ, “ଗତ ଏକ ବର୍ଷ ଭିତରେ ମହାମାରୀ ଯୋଗୁଁ ବୀମାର ଗୁରୁତ୍ୱ ବିଷୟରେ ଜନସଂଖ୍ୟାର ଏକ ବର୍ଗ ସଚେତନ ହୋଇଥିବା ବେଳେ ଭାରତୀୟ ବୀମା ଶିଳ୍ପରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି । ଆଜିର ଅନିଶ୍ଚିତତାର ସମୟ ଓ ବର୍ଦ୍ଧିତ ଖର୍ଚ ଯୋଗୁଁ ଜଣଙ୍କ ଆର୍ଥିକ ପୋର୍ଟଫୋଲିଓରେ ଏକ ଗ୍ୟାରେଂଟି ଉତ୍ପାଦ ରହିବା ଜରୁରୀ । ୩୦ ବର୍ଷ ପର୍ଯ୍ୟନ୍ତ ଟିକସ ମୁକ୍ତ ଗ୍ୟାରେଂଟି ଆୟ ପ୍ରଦାନ କରିବା ଲାଗି ବଜାଜ ଆଲିଆଂଜ୍ ଲାଇଫ୍ର ଆସୁ୍ୟରଡ୍ ୱେଲ୍ଥ ଗୋଲ୍କୁ ପ୍ରସ୍ତୁତ କରାଯାଇଛି । ମୋର ବିଶ୍ୱାସ ରହିଛି ଯେ ଯେଉଁ ଗ୍ରାହକମାନେ ଦୀର୍ଘ ମିଆଦୀ ଜୀବନ ଲକ୍ଷ୍ୟ ପାଇଁ ବ୍ୟବସ୍ଥିତ ସଂଚୟ ଓ ନିବେଶ ଚାହୁଛନ୍ତି ଏବଂ ପଲିସି ଅବଧି ଶେଷରେ ଏକ ନିର୍ଦିଷ୍ଟ ପରିମାଣର ଅର୍ଥ ପାଇବାର ପ୍ରତିଶ୍ରୁତି ଚାହୁଛନ୍ତି ସେମାନଙ୍କ ଆବଶ୍ୟକତାକୁ ଏହା ସୁହାଇବ ।’’

ବଜାଜ ଆଲିଆଂଜ୍ ଲାଇଫ୍ ଆସୁ୍ୟରଡ୍ ୱେଲ୍ଥ ଗୋଲର ଦୁଇଟି ଭାରିଆଂଟ୍ ହେଉଛି ଷ୍ଟେଟ୍ ଅପ୍ ଇନକମ ଓ ସେକେଣ୍ଡ୍ ଇନକମ । ପ୍ରିମିୟମ୍ ପ୍ରଦାନ ଅବଧି ଶେଷ ହେବା ପରେ ଷ୍ଟେପ୍ ଅପ୍ ଇନକମ ଭାରିଆଣ୍ଟର ପ୍ରତି ୫ ବର୍ଷରେ ଆୟ ୧୦ ପ୍ରତିଶତ ବଢ଼ିବ । ସେକେଣ୍ଡ୍ ଇନକମ୍ ଭାରିଆଣ୍ଟରେ ୨୫ ରୁ ୩୦ ବର୍ଷ ପର୍ଯ୍ୟନ୍ତ ନିଶ୍ଚିତ ଟିକସମୁକ୍ତ ଆୟ ମିଳିବ ।

Get real time updates directly on you device, subscribe now.