fbpx

ବିସ୍ଫୋରଣରେ ବଳଙ୍ଗା ଥାନା ଭୁଷୁଡ଼ିବା ଘଟଣା, ଅବହେଳା ପାଇଁ ମହିଳା ଏସ୍‌ଆଇ ନିଲମ୍ବିତ

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ବ୍ଲକ ବଳଙ୍ଗା ଥାନା ବିସ୍ଖୋରଣ ଘଟଣାରେ ମାଲଖାନା ଦାୟିତ୍ୱରେ ଥିବା ସବ୍‌ଇନ୍‌ସ୍ପେକ୍ଟର ତଅପୋଇ ନାୟକ ଓରଫ ତପସ୍ୱିନୀଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟରୁ ନିଲମ୍ବନ ଆଦେଶ ଦେଇଛନ୍ତି । ପୂର୍ବରୁ ମଧ୍ୟ ମହିଳା କର୍ମଚାରୀ ବହୁ ବିବାଦୀୟ ଘଟଣାରେ ଚର୍ଚ୍ଚାରେ ରହିଥିଲେ ।

ଗତ ସୋମବାର ବିଳମ୍ବିତ ରାତ୍ରରେ ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ତଦନ୍ତ ଜାରି ରହିଥିଲା । ପିପିଲି ଉପ- ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ଅପରାଧିକ କାର୍ଯ୍ୟ ଘଟୁଛି । ବଳଙ୍ଗା ଥାନା ବିସ୍ଫୋରଣ, ସାତଶଙ୍ଖରେ ପାର୍ଟି ଅଫିସ ବିସ୍ଫୋରଣ, ମାଧି ପୁୁରରେ ବୋମା ମାଡ ଘଟଣାକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ପୋଲିସର ସୁରକ୍ଷା ବଳୟ ଉପରେ ଆଶଙ୍କା ସୃଷ୍ଟି ହୋଇଛି । ଜିଳ୍ଲାର ସମସ୍ତ ପୋଲିସ ପିପିଲିରେ ସୁରକ୍ଷା ପାଇଁ ରହିଥିବା ବେଳେ ଏପରି ଘଟଣା ଆଶ୍ଚର୍ଯ୍ୟ ପ୍ରକଟ କରିଛି । ଘନଘନ ଜିଲ୍ଲାପାଳ, ଏସ୍‌.ପି. ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଗ୍ରସ୍ତ କରି ଅପରାଧିକ ଘଟଣା ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଥିବା ବେଳେ କ’ଣ ପାଇଁ ଏପରି ଘଟୁଛି ଜନସାଧାରଣ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ବଳଙ୍ଗା ଥାନା ବିସ୍ଫୋରଣ ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଛି ।

Get real time updates directly on you device, subscribe now.