ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସିବ ତାହା କେହି କହିପାରିବେ ନାହିଁ । ତେବେ ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନ ପାଇଁ ଆଜି ମତଦାନ ଗ୍ରହଣ କରାଯାଉଥିବା ବେଳେ ସେହି ସମୟରେ ଘଟିଥିଲା ଏକ ବଡ଼ ଅଘଟଣ । ମତଦାନ ପାଇଁ ଧାଡ଼ିରେ ଅପେକ୍ଷା କରି ରହିଥିବା ସମୟରେ ଜଣେ ବିଧାୟକ ପ୍ରାର୍ଥୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ସ୍ୱାଧିନ ପ୍ରାର୍ଥୀ ବାଲାସାହେବ ଶିନ୍ଦେ ବିଡ ନିର୍ବାଚନ ମଣ୍ଡଳୀରୁ ଲଢ଼ୁଥିଲେ । ତେବେ ସେ ଶିନ୍ଦ୍ରେ ଆଜି ଭୋଟ ଦେବା ସମୟରେ ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ମେଡିକାଲ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ପ୍ରାଥୀଙ୍କୁ ଜିତାଇବା ପାଇଁ ଭୋଟମାନେ ଯେଉଁ ସ୍ଥାନରେ ନିଜର ମତଦାନ କରିଥାନ୍ତି, ଆଜି ସେହି କେନ୍ଦ୍ରରେ ଜଣେ ବିଧାୟକ ପ୍ରାର୍ଥୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଭୋଟର ଫଳାଫଳ କ’ଣ ହେବ ତାହା ଚିନ୍ତା କରି ପ୍ରାର୍ଥୀଙ୍କୁ ରାତିରେ ନିଦ ହେଉଥିବା ବେଳେ ସ୍ୱାଧିନ ବିଧାୟକ ପ୍ରାର୍ଥୀ ଶିନ୍ଦେଙ୍କ ଭାଗ୍ୟରେ କିନ୍ତୁ ଆଉ କିଛି ଲେଖା ଥିଲା । ଫଳ ପ୍ରକାଶ ପାଇବା ପୂର୍ବରୁ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ସେ ନିର୍ବାଚନରେ ଜିତିବେ କି ହାରିବେ ତାହା ପଛ କଥା, ମାତ୍ର ଆଜି ସେ ନିଜ ସହ ଲଢ଼େଇ କରି ସବୁଦିନ ପାଇଁ ଶୋଇ ଯାଇଛନ୍ତି । ବିଡର ଏକ ସ୍କୁଲରେ ମତଦାନ କେନ୍ଦ୍ରରେ ଶିନ୍ଦେ ତଳେ ପଡ଼ିଯାଇଥିଲେ । ଏହାପରେ ତାଙ୍କୁ ଛତ୍ରପତି ଶମ୍ଭାଜୀ ନଗର ହସ୍ପିଟାଲକୁ ନିଆଯାଇଥିଲା