କଟକ: ସାରା ଓଡ଼ିଶାବାସୀଙ୍କ ପାଇଁ ଆସିଲା ଖୁସିର ଖବର । ଐତିହାସିକ ବାଲିଯାତ୍ରାକୁ ନେଇ ବଡ଼ ଘୋଷଣା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଣିକି ବର୍ଷକ ଯାକ ହସିବ ମହାନଦୀ ପଠା, ସବୁଦିନ ଲାଗିବ ପର୍ଯ୍ୟଟକଙ୍କ ମେଳା, ଚାଲିବ ବେପାର ବଣିଜ ଆଉ ଜମିବ ଐତିହାସିକ ବାଲିଯାତ୍ରା । ଏଣିକି ବର୍ଷକ ଯାକ ମହାନଦୀ ପଠାରେ ବାଲିଯାତ୍ରା ରହିବ ବୋଲି ଘୋଷଣା ହୋଇଛି । ଏବେ ରାଜ୍ୟବାସୀଙ୍କୁ ବାଲିଯାତ୍ରା ପାଇଁ ବର୍ଷେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କାରଣ ଏଣିକି ବର୍ଷରେ ଥରେ ନୁହେଁ, ବର୍ଷ ତମାମ ମହାପଦୀ ପଠାରେ ଚାଲିବ ଐତିହାସିକ ବାଲିଯାତ୍ରା । କଟକ ବାଲିଯାତ୍ରାକୁ ନେଇ ରାଜ୍ୟବାସୀଙ୍କ ଅହେତୁକ ଦୁର୍ବଳତାକୁ ଦେଖି ବଡ଼ ଘୋଷଣା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।
କଟକ ମହାପଦୀ ପଠାରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଐତିହାସିକ ବାଲିଯାତ୍ରାକୁ ବହୁ ଦୂର ଦୂରାନ୍ତରୁ ଆସନ୍ତି ଲୋକେ । ବର୍ଷକୁ ଥରେ ଏଠାରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏଠାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ ପୂରିଉଠେ ମହାନଦୀ ପଠା । ତେଣୁ ଲୋକଙ୍କ ଏହି ଦୁର୍ବଳତାକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ମନ୍ତ୍ରୀ ଏହି ବାଲିଯାତ୍ରାକୁ ସବୁଦିନିଆ କରିବା ପାଇଁ ଘୋଷଣା କରିଛନ୍ତି । ଷଷ୍ଠ ସନ୍ଧ୍ୟାରେ ବାଲିଯାତ୍ରା ପରିଦର୍ଶନ କରିବା ବେଳେ ସେ କହିଛନ୍ତି ଯେ, ବର୍ଷକ ଯାକ ମହାପଦୀ ପଠାରେ ମିନି ବାଲିଯାତ୍ରା ଅନୁଷ୍ଠିତ ହେବ । ଏହାସହିତ ସେ କହିଛନ୍ତି ଯେ, ଖୁବଶୀଘ୍ର ମହାନଦୀ ରିଭର ଭ୍ୟୁ ଫ୍ରଣ୍ଟ କାମ ଆରମ୍ଭ ହେବ । ଚିତ୍ତବିନୋଦନ ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯିବା ସହିତ ଅମ୍ୟୁଜମେଣ୍ଟ ପାର୍କ, ଏବଂ ବୃକ୍ଷରୋପଣ ମଧ୍ୟ କରାଯିବ । ଏହାବ୍ୟତୀତ ଫୁଟପାଥ ଏବଂ ପିଲାମାନଙ୍କ ପାଇଁ ମନୋରଞ୍ଜନ ବ୍ୟବସ୍ଥା ମଧ୍ୟ ହେବ ।
ବାଲିଯାତ୍ରା ବୁଲି ମନ୍ତ୍ରୀ କହିଛନ୍ତି ଯେ, ସାବରମତୀରେ ହୋଇଥିବା ରିଭର ଫ୍ରଣ୍ଟ ଭଳି ମହାନଦୀରେ ମଧ୍ୟ ରିଭର ଫ୍ରଣ୍ଟ କରିବା ପାଇଁ ୍ରପସ୍ତୁତି ଚାଲିଛି । ତେଣୁ ବର୍ଷ ସାରା ମହାନଦୀ ପଠାରେ ମିନି ବାଲିଯାତ୍ରା କରିବାକୁ ଯୋଜନା କରାଯାଉଛି । ତେବେ ଏହାପରେ ପ୍ରତିବର୍ଷ ପରମ୍ପରା ଅନୁସାରେ, ପୂର୍ଣ୍ଣ ବାଲିଯାତ୍ରା ଅନୁଷ୍ଠିତ ହେବ । କିନ୍ତୁ ଲୋକଙ୍କୁ ପ୍ରତିଦ ବାଲିଯାତ୍ରାର ଅନୁଭବ କରାଇବା ପାଇଁ ମିନି ବାଲିଯାତ୍ରାର ଯୋଜନା ଆରମ୍ଭ ହୋଇଛି । ଯାହା ଫଳରେ ରାଜ୍ୟବାସୀ ବର୍ଷକ ୧୨ ମାସ ବାଲିଯାତ୍ରାର ମଜା ନେଇପାରିବେ ।