fbpx

ଭିଜିଲାନ୍ସ ଜାଲରେ ବାଲିଅନ୍ତା RI: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଟିମ୍

କଟକ: ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଆରଆଇ । । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ୱାଳ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବାଲିଅନ୍ତା ଆରଆଇ ।

ମିଳିଥିବା ସୂଚନା ଅନୁସାରେ, ୪୭ ଡେସିମିଲ ଜମିକୁ ଭାଇମାନଙ୍କ ମଧ୍ୟରେ ଭାଗ କରାଇଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏଥିପାଇଁ ୪୦ ହ୦ଜାର ଟଙ୍କା ଦାବି କରିଥିଲେ ଦେବଦତ୍ତ । ତେବେ ପ୍ରଥମେ ୨୦ ହଜାର ଟଙ୍କା ଅଗ୍ରୀମ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଏବେ ଦେବଦତ୍ତଙ୍କୁ ପଚରାଉଚରା କରାଯାଉଥିବା ଜଣାପଡିଛି ।

Get real time updates directly on you device, subscribe now.