fbpx

(Video)ହେ ଭଗବାନ ଏ କି ଅଜବ! ବିନା ବରରେ ବିବାହ କଲେ ଶହ ଶହ କନ୍ୟା, ତେବେ କାହା ବେକରେ ଦେଲେ ବରଣମାଳା?

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାଲିଆରେ ଏପରି ଏକ ଗଣବିବାହ ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରିଯିବ । ଏଠାରେ ଜାନୁୟାରୀ ୨୫ ତାରିଖରେ ୫୬୮ଯୋଡିଙ୍କ ବିବାହ ହୋଇଛି । କିନ୍ତୁ ଏଥିରେ ବହୁ ସଂଖ୍ୟାରେ ଯୁବତୀଙ୍କୁ ବିନା ବରରେ ବିବାହ କରି ଦିଆଯାଇଛି । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳୁଛି କି କିଛି କନ୍ୟା ନିଜକୁ ହିଁ ବରଣମାଳା ପିନ୍ଧାଉଛନ୍ତି । ତେବେ ଏହି ମାମଲାରେ ଥାନାରେ ଏଫଆଇଆର ଦିଆଯିବା ସହ ଘଟଣାର ଯାଞ୍ଚ ଲାଗି ନିର୍ଦ୍ଦେଶ ଦିଆଯାଇଛି ।

କୁହାଯାଉଛି ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଜରିଆରେ ସରକାର ୫୧ ହଜାର ଟଙ୍କା ଦେଉଛନ୍ତି । ସବୁ ଜିଲ୍ଲାରେ ଏହାର ଆୟୋଜନ କରାଯାଉଛି । ଏହି କ୍ରମରେ ବାଲିଆ ଜିଲ୍ଲାରେ ୫୬୮ ଯୋଡାଙ୍କ ବିବାହ କରାଯାଇଥିଲା । କିନ୍ତୁ ଏଥିରେ ହୋଇଥିବା ଧୋକାଦାରୀ ଏବେ ସାମ୍ନାକୁ ଆସିବା ପରେ ସବୁଆଡେ ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଏଥିରେ ଶହ ଶହ ସଂଖ୍ୟାରେ କନ୍ୟାଙ୍କୁ ବିନା ବରରେ ବିବାହ କରିଦିଆଯାଇଛି । ବହୁ କନ୍ୟା ତ ନିଜ ହାତରେ ନିଜକୁ ବରମାଳା ପିନ୍ଧାଇଛନ୍ତି । ବୁର୍ଖାରେ ଆସିଥିବା ବହୁ ମୁସଲିମ୍ ଯୁବତୀ ମଧ୍ୟ ନିଜ ହାତରେ ନିଜକୁ ବରମାଳା ପିନ୍ଧାଇଥିଲେ ।

ପଚାରିବା ପରେ ଜଣାପଡିଥିଲା କି ଏମାନଙ୍କ ମଧ୍ୟରୁ ବହୁ ଯୁବତୀ ବୁଲାବୁଲି କରିବାକୁ ଆସିଥିଲେ ଓ ସେମାନଙ୍କୁ ପଇସାର ଲୋଭ ଦେଖାଇ ଏପରି ନକଲି ଗଣ ବିବାହର ଆୟୋଜନ କରାଯାଇଥିଲା । ଯାହାଫଳରେ ଏହା ସରକାରୀ କାଗଜପତ୍ରରେ ଗଣତି ହୋଇଯିବ ଓ ସେମାନଙ୍କୁ ଟଙ୍କା ମିଳିଯିବ ।

Get real time updates directly on you device, subscribe now.