fbpx

ଦରକାର ନାହିଁ ଏମିତି ଚାକିରି: ୧୩ ବର୍ଷ ହେଲାଣି ସରକାରୀ ଚାକିରିଆଙ୍କୁ ମିଳୁଛି ୭୫ ଟଙ୍କା ଦରମା

ନୂଆଦିଲ୍ଳୀ: ସରକାରୀ ଚାକିରି ପ୍ରତି ରହିଥାଏ ସମସ୍ତଙ୍କର ଦୁର୍ବଳତା । ତେବେ ଏମିତି ଜଣେ ସରକାରୀ ଚାକିରିଆ ଅଛନ୍ତି ଯିଏ ବିଗତ ୧୩ ବର୍ଷ ମଧ୍ୟରେ ମାତ୍ର ୭୫ ଟଙ୍କାର ଦରମା ପରାଉଛନ୍ତି । ସରକାରୀ କଳ ଏବଂ ନାଲି ଫିତାର ଫାଇଲ ତଳେ ଏହି ବ୍ୟକ୍ତିଙ୍କ ଭାଗ୍ୟ ଚାପି ହୋଇ ରହିଥିବା ବେଳେ ବିଗତ ୨୦ ବର୍ଷ ଧରି ଆଇନଗତ ଲଢେଇ ଲଢି ଚାଲିଛନ୍ତି । ଏପରିକି ସରକାରଙ୍କ ବିରୋଧରେ ଲଢୁଥିବା ଏହି ନ୍ୟାୟିକ ଲଢେଇକୁ ଜିତି ନେଇଛନ୍ତି ମଧ୍ୟ ।

ଏହି ଘଟଣାଟି ଘଟିଛି ରାଜସ୍ଥାନ ଅନ୍ତର୍ଗତ ମରୁଧରା ଜିଲ୍ଲା ଅନ୍ତର୍ଗତ ଶ୍ରୀ ଗଙ୍ଗାନଗର ଅଞ୍ଚଳରେ । ୫୭ ବର୍ଷୀୟ ବଳରାମ ଭାଟିଆ ସରକାରୀ ହସ୍ପିଟାଲରେ ଝାଡୁଦାର ଭାବରେ କାମ କରନ୍ତି । ବିଗତ ୧୩ ବର୍ଷ ହେବ ବଳରାମଙ୍କୁ ମାସିକ ମାତ୍ର ୭୫ ଟଙ୍କା ବେତନ ମିଳୁଛି । ଭାଟିଆ ୧୯୮୫ ମସିହାରେ ଟେମ୍ପୋରାରୀ ଭାବରେ ଝାଡୁଦାର ଭାବରେ କାମ କରନ୍ତି । ତେବେ ୧୯୮୯ରେ ଭାଟିଆଙ୍କୁ ଚାକିରିରୁ ବାହାର କରାଯିବା ପରେ ସେ ଲେବର କୋର୍ଟର ଦ୍ୱାରସ୍ଥ ହୁଅନ୍ତି । ଦୀର୍ଘ ୨୦ ବର୍ଷ ଲଢେଇ କରିବା ପରେ ଭାଟିଆଙ୍କୁ ୧୮ ମାର୍ଚ୍ଚ ୨୦୦୯ରେ ଚାକିରି ମିଳେ । ୨୦୦୯ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ମାସିକ ୭୫ ଟଙ୍କାର ଦରମା ମିଳୁଛି । ଲେବର କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ୧୯୯୫ରୁ ଭାଟିଆଙ୍କ ଚାକିରି ସ୍ଥାୟୀ କରାଯିବା ସହିତ ସମସ୍ତ ଭତ୍ତା ପ୍ରଦାନ କରାଯି ବ । ମାତ୍ର ସରକାରୀ ନାଲି ଫିତା ଓ ଅବହେଳାର ଶିକାର ହୋଇଛନ୍ତି ବଳରାମ ।

Get real time updates directly on you device, subscribe now.