fbpx
BJD SKY
BJD SKY

ଏଗଜିଟ୍ ପୋଲ୍ ଉପରେ ଲାଗିଲା ପ୍ରତିବନ୍ଧ , ନିର୍ବାଚନ କମିଶନ ଜାରି କଲେ ବିଜ୍ଞପ୍ତି

BJD

ନୂଆଦିଲ୍ଲୀ:ଦେଶରେ ଏକା ସମୟରେ ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି । ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ନିର୍ବାଚନ କମିଶନ ଏଗଜିଟ୍ ପୋଲ୍ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ଏଣିକି ଆଉ କୌଣସି ସମ୍ବାଦ ସରବରାହ ସଂସ୍ଥା ଏଗଜିଟ୍ ପୋଲ୍ ଦେଖାଇ ପାରିବେ ନାହିଁ । ନିର୍ବାଚନ କମିଶନ ଏହାର ପ୍ରକାଶନ ଓ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ନିର୍ବାଚନ କମିଶନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏପ୍ରିଲ ୧୯ ତାରିଖ ସକାଳ ୭ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ସାଢେ ୭ ପର୍ଯ୍ୟନ୍ତ ଯେକୌଣସି ପ୍ରକାରର ଏଗଜିଟ୍ ପୋଲ୍ ଉପରେ ପ୍ରତିବନ୍ଧ ଲଗାଯାଇଛି । ଏହି ସମୟ ମଧ୍ୟରେ କୌଣସି ପ୍ରକାର ଏଗଜିଟ୍ ପୋଲ୍ ଆୟୋଜନ କରାଯାଇପାରିବ ନାହିଁ । ମତଦାନ ଲାଗି ଧାର୍ଯ୍ୟ ସମୟ ସହିତ ଶେଷ ହେବାକୁ ଥିବା ୪୮ ଘଣ୍ଟା ମଧ୍ୟରେ ବୈଦ୍ୟୁତିକ ଗଣମାଧ୍ୟମରେ କୌଣସି ଜନମତ ସର୍ଭେ କିମ୍ବା ଅନ୍ୟ କୌଣସି ନିର୍ବାଚନୀ ସର୍ଭେ ଫଳାଫଳ, ମତଦାନ ସମ୍ବନ୍ଧୀୟ ଖବର ସହିତ ଅନ୍ୟ କୌଣସି ନିର୍ବାଚନ ସାମଗ୍ରୀ ପ୍ରଦର୍ଶିତ କରିପାରିବେ ନାହିଁ ।
ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏଭଳି ବିଜ୍ଞପ୍ତି ଜାରି କରିଛନ୍ତି । ଏହାପୂର୍ବରୁ ସାରା ଦେଶରେ ଆଚରଣ ବିଧି ଲାଗୁ ହୋଇସାରିଛି ।

Get real time updates directly on you device, subscribe now.