fbpx

ଲୋକସଭା ନିର୍ବାଚନ ୨୦୨୪: ୪୪% ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ, ୫% ବିଲିୟନେୟାର – ADR

ନୂଆଦିଲ୍ଲୀ: ବର୍ତ୍ତମାନର ୫୧୪ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୨୫ ଜଣ (୪୪%) କହିଛନ୍ତି କି, ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି । ସାଂସଦଙ୍କ ଦ୍ୱାରା ଦିଆଯାଇଥିବା ଆଫିଡେଭିଟ୍ ବିଶ୍ଳେଷଣ ଉପରେ ଆଧାର କରି ଏଡିଆର (ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍) ଏହି ସୂଚନା ଦେଇଛି ।

ଦେଶର ସାଂସଦଙ୍କ ମଧ୍ୟରୁ ୫ ପ୍ରତିଶତ ବିଲିୟନେୟାର ଅଟନ୍ତି । ତାଙ୍କର ଘୋଷିତ ସମ୍ପତ୍ତି ୧୦୦ କୋଟିରୁ ଅଧିକ ।

ଏଡିଆର ରିପୋର୍ଟ ଅନୁଯାୟୀ, ଶାସନରେ ଥିବା ସାଂସଦଙ୍କ ଆଫିଡେଭିଟ୍ ଯାଞ୍ଚରୁ ଜଣାପଡିଛି ଯେ ୨୯ ପ୍ରତିଶତ ସାଂସଦ ଗୁରୁତର ଅପରାଧିକ ମାମଲାର ସମ୍ମୁଖୀନ ହେଉଛନ୍ତି । ଏଥିମଧ୍ୟରେ ହତ୍ୟା, ହତ୍ୟା ଉଦ୍ୟମ, ସାମ୍ପ୍ରଦାୟିକ ଅସହଯୋଗକୁ ପ୍ରୋତ୍ସାହିତ କରିବା, ଅପହରଣ ଏବଂ ମହିଳାଙ୍କ ବିରୋଧରେ ଅପରାଧ ଅନ୍ତର୍ଭୁକ୍ତ ।

ପାଞ୍ଚ ଜଣ ସାଂସଦଙ୍କ ବିରୋଧରେ ହତ୍ୟା ମାମଲା ପଞ୍ଜିକୃତ ହୋଇଛି :-

ଯେଉଁ ସାଂସଦଙ୍କ ବିରୋଧରେ ଗୁରୁତର ଅପରାଧ ମାମଲା ପଞ୍ଜୀକୃତ ହୋଇଛି ସେମାନଙ୍କ ମଧ୍ୟରୁ ୯ ଜଣ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି ସାଂସଦଙ୍କ ମଧ୍ୟରୁ ୫ ଜଣ ବିଜେପିର ବୋଲି ଜଣାପଡିଛି । ୨୮ ସାଂସଦ କହିଛନ୍ତି ଯେ, ହତ୍ୟା ଉଦ୍ୟମ ପାଇଁ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୨୧ ଜଣ ବିଜେପିର । ସେହିଭଳି ୧୬ ଜଣ ସାଂସଦ ମହିଳାଙ୍କ ବିରୋଧରେ ଅପରାଧ ମାମଲାର ସାମ୍ନା କରୁଛନ୍ତି । ଏଥିରେ ବଳାତ୍କାର ମାମଲା ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ।

ଯଦି ଆମେ ଆଲୋଚନା କରିବା ଯେ କେଉଁ ରାଜ୍ୟରେ ଅପରାଧିକ ମାମଲା ସହ ସାଂସଦଙ୍କ ସଂଖ୍ୟା ଅଧିକ, ତେବେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ହିମାଚଳ ପ୍ରଦେଶର ନାମ ଆସେ । ଏହି ରାଜ୍ୟଗୁଡିକର ୫୦ ପ୍ରତିଶତରୁ ଅଧିକ ସାଂସଦ ଅପରାଧିକ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି ।

ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ଏଫଆଇଆର ଦ୍ୱିଶତକ ହାସଲ କରିଛନ୍ତି, ପ୍ରତ୍ୟେକ ପୋଲିସ ଷ୍ଟେସନର ପୋଲିସ ତାଙ୍କୁ ଚିହ୍ନିଛି ।

୧୫ ପ୍ରତିଶତ ହେଉଛନ୍ତି ମହିଳା ସାଂସଦ :-

ସାଂସଦଙ୍କ ସମ୍ପତ୍ତି ବିଷୟରେ ମଧ୍ୟ ଏଡିଆର ରିପୋର୍ଟରେ କୁହାଯାଇଛି । ସର୍ବାଧିକ କୋଟିପତି ସାଂସଦ ବିଜେପି ଏବଂ କଂଗ୍ରେସରେ ଅଛନ୍ତି । ଏହା ପରେ ଅନ୍ୟ ପାର୍ଟୀ । ସର୍ବାଧିକ ଘୋଷିତ ସମ୍ପତ୍ତି ଥିବା ଶ୍ରେଷ୍ଠ ତିନିଜଣ ସାଂସଦ ହେଉଛନ୍ତି ନକୁଲ ନାଥ (କଂଗ୍ରେସ), ଡି.କେ ସୁରେଶ (କଂଗ୍ରେସ) ଏବଂ କନୁମୁରୁ ରଘୁ ରାମ କୃଷ୍ଣ ରାଜୁ (ସ୍ୱାଧୀନ) । ତାଙ୍କର ସମ୍ପତ୍ତିର ମୂଲ୍ୟ ଶହ ଶହ କୋଟି ଟଙ୍କା । ଦେଶର ୭୩ ପ୍ରତିଶତ ସାଂସଦଙ୍କର ସ୍ନାତକ କିମ୍ବା ଉଚ୍ଚଶିକ୍ଷା ଯୋଗ୍ୟତା ରହିଛି । ବର୍ତ୍ତମାନର ସାଂସଦମାନଙ୍କ ମଧ୍ୟରେ ମାତ୍ର ୧୫ ପ୍ରତିଶତ ମହିଳା ।

Get real time updates directly on you device, subscribe now.