fbpx

କଂଗ୍ରେସର ସମୁଦାୟ ସଂପତ୍ତିରୁ ଦୁଇଗୁଣା ଦେବାକୁ ପଡିବ ଟ୍ୟାକ୍ସ, I-T ଡିପାର୍ଟମେଣ୍ଟର ବଡ଼ ପ୍ରସ୍ତୁତି

ନୂଆଦିଲ୍ଲୀ: କଂଗ୍ରେସ ବର୍ତ୍ତମାନ ନିଜର ଅସ୍ତିତ୍ୱ ହରାଇବା ସଂକଟର ସାମ୍ନା କରିବାକୁ ପଡୁଛି । କାରଣ ଆୟକର ବିଭାଗ ପାର୍ଟୀରୁ ତାର ସମୁଦାୟ ସଂପତ୍ତି(୧,୪୩୦ କୋଟି)ର ୁ ହାରହାରି ୨ ଗୁଣା ଧନରାଶିକୁ ଟ୍ୟାକ୍ସ ଆକାରରେ ପେମେଣ୍ଟ କରିବାକୁ ନିର୍ଦ୍ଦେଶ ଜାରି କରିପାରେ । କଂଗ୍ରେସ ଶୁକ୍ରବାର ଦିନ କହିଛନ୍ତି ଯେ, ତାକୁ ୫ ଆର୍ଥିକ ବର୍ଷ ପାଇଁ ୧,୮୨୩ କୋଟି ଟଙ୍କାର ଆୟକର ଦେବା ପାଇଁ ନୋଟିସ ଦିଆଯାଇଛି । ପାର୍ଟୀକୁ ବର୍ତ୍ତମାନ ଆହୁରୀ ୩ଟି ମୂଲ୍ୟାଙ୍କନ ବର୍ଷ ପାଇଁ ନୋଟିସ ପଠାଯିବ ।

ସୂତ୍ର ମୁତାବକ ୩୧ ମାର୍ଚ୍ଚ ପୂର୍ବରୁ ଶେଷ ଆୟକର ଦେବା ନୋଟିସର ଫେରସ୍ତ ହେବାକୁ ଥିବା ମୋଟ ୨୫୦୦ କୋଟି ଟଙ୍କା ଅତିକ୍ରମ କରିପାରେ । ଏହା କଂଗ୍ରେସ ପାଇଁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଚ୍ୟାଲେଞ୍ଜିଂ ହୋଇପାରେ, କାରଣ ପାର୍ଟୀର ସମୁଦାୟ ସଂପତ୍ତି ହାରାହାରି ୧୪୩୦ କୋଟି ଟଙ୍କା ଅଟେ । ଯେତେବେଳେ ବାକି ଟ୍ୟାକ୍ସ ରହିଛି ୨୫୦୦ କୋଟି । ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ନିଜ ନୂତନ ଆଇଟି ରିଟର୍ଣ୍ଣରେ କଂଗ୍ରେସ କହିଥିଲା ଯେ, ତାଙ୍କ ପାଖେ ହାରାହାରି ୬୫୭ କୋଟି ଟଙ୍କା କୋଷ, ୩୪୦ କୋଟି ଟଙ୍କାର ସଂପତ୍ତି ଏବଂ ୩୮୮ କୋଟି ଟଙ୍କାର ନଗଦ ରାଶି ଏହାକୁ ମିଶାଗଲେ ହାରାହାରି ୧,୪୩୦ କୋଟି ଟଙ୍କା ହେଉଛି ।

ଆଇଟି ବିଭାଗର ଏପରି ପଦକ୍ଷେପକୁ ରୋକିବା ଲାଗି କଂଗ୍ରେସ ବର୍ତ୍ତମାନ ସୁପ୍ରିମକୋର୍ଟ ଯିବ । ଏପର୍ଯ୍ୟନ୍ତ କଂଗ୍ରେସକୁ ଆର୍ଥିକ ବର୍ଷ ୧୯୯୩-୧୯୯୪, ୨୦୧୬-୧୭, ୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯ରୁ ୨୦୨୦ ପାଇଁ ଆଇଟି ଡିମାଣ୍ଡ ନୋଟିସ ପ୍ରାପ୍ତ ହୋଇଛି । ସବୁଠାରୁ ଅଧିକ ଦାବି ରହିଛି ୨୦୧୮-୧୯ ପାଇଁ, ଏହାର ମୋଟ ଦାବି ରହିଛି ୯୧୮ କୋଟି ଟଙ୍କା । ଏହା ଦେଶରେ ୨୦୧୯ ନିର୍ବାଚନ ବର୍ଷ ମଧ୍ୟ ଥିଲା । ଆଇଟି ବିଭାଗ ଆଗମୀ ଦିନରେ ଆର୍ଥିକ ବର୍ଷ ୨୦୧୪-୧୫, ୨୦୧୫-୧୬ ଏବଂ ୨୦୨୦-୨୧ ପାଇଁ କଂଗ୍ରେସକୁ ଆହୁରି ୩ଟି ନୋଟିସ ଜାରି କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି କାର୍ଯ୍ୟାନୁଷ୍ଠାନ ଆଇଟି ବିଭାଗ ଦ୍ୱାରା କଂଗ୍ରେସକୁ ୫୨୦ କୋଟି ଟଙ୍କାର ନଗଦ ରାଶି ଦେୟ କରିବା ବିଷୟରେ ୨୦୧୯ରେ ଦୁଇଟି କର୍ପୋରେଟ ଉପରେ ଆକ୍ରମଣ ସମୟରେ ମିଳିଥିବା ତଥ୍ୟ ଆଧାରରେ ଏହା କରାଯାଉଛି ।

Get real time updates directly on you device, subscribe now.