fbpx
BJD
BJD SKY
BJD SKY

ଟିସିଏସରେ ଚାକିରି କରିବାକୁ ଚାହୁଁଛନ୍ତି କି ? ୧୧ ଲକ୍ଷ ଟଙ୍କାର ପ୍ୟାକେଜ୍, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ ଚଳିତ ବର୍ଷ ଫ୍ରେଶର୍ ନିଯୁକ୍ତି କରୁଛି । କମ୍ପାନୀ ଏହାର ୩.୫ ଲକ୍ଷ କର୍ମଚାରୀଙ୍କୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯଥା ଏଆଇ ସ୍କିଲରେ ତାଲିମ ଦେଇଛି ।

ଏଆଇ ସମଗ୍ର ବିଶ୍ୱରେ ଟେକ୍ନୋଲୋଜିରେ ବ୍ୟବହୃତ ହେଉଛି । ଏଭଳି ପରିସ୍ଥିତିରେ କମ୍ପାନୀ ଏଆଇ ବ୍ୟବହାର କରି ଏହାର କାର୍ଯ୍ୟରେ ଉନ୍ନତି ଆଣିବାକୁ ଚାହୁଁଛି । କମ୍ପାନୀ ଚଳିତ ବର୍ଷ ଆରମ୍ଭରେ ସୂଚନା ଦେଇଥିଲା ଯେ ୧.୫ ଲକ୍ଷ କର୍ମଚାରୀଙ୍କୁ ଏଆଇ ସ୍କିଲରେ ତାଲିମ ଦିଆଯାଇଛି ।

କମ୍ପାନୀ ଫ୍ରେଶରମାନଙ୍କୁ ସୁଯୋଗ ଦେଉଛି :-

ବି.ଟେକ୍, ବିଇ, ଏମସିଏ ଓ ଏମଏସ ଡିଗ୍ରୀ ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀମାନେ ଏପ୍ରିଲ୍ ୧୦ ପର୍ଯ୍ୟନ୍ତ ଏଥିରେ ଆବେଦନ କରିପାରିବେ । ଏହା ପରେ ୨୬ ଏପ୍ରିଲରେ ପରୀକ୍ଷା ଅନୁଷ୍ଠିତ ହେବ । କମ୍ପାନୀ ଏହାର କ୍ୟାରିୟର ପେଜରେ ଏହି ସୂଚନା ଦେଇଛି । ମାର୍ଚ୍ଚ ୨୯ ରେ କମ୍ପାନୀ ଘୋଷଣା କରିଥିଲା ଯେ ଆମାଜନର ୱେବ୍ ସର୍ଭିସେସ୍ ସହିତ ଜେନେରେଟ ଏଆଇ ପାର୍ଟନରସିପ କରିବାକୁ ଯାଉଛି ।

ଏଥିକି ମିଳିବ ଦରମା :-
କମ୍ପାନୀ ତିନୋଟି ବର୍ଗରେ ନିଯୁକ୍ତି ଦେବ । ତେବେ ନିଯୁକ୍ତି କେତେ ଖାଲି କରାଯାଉଛି ତାହା କମ୍ପାନୀ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ । କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ, ନିଞ୍ଜା ବର୍ଗରେ ୩ ଲକ୍ଷ ୩୬ ହଜାର ଟଙ୍କା, ଡିଜିଟାଲରେ ୭ ଲକ୍ଷ ଟଙ୍କା ଏବଂ ପ୍ରାଇମ ବର୍ଗରେ ୯ ରୁ ୧୧ ଲକ୍ଷ ୫୦ ହଜାର ଟଙ୍କା ପ୍ୟାକେଜ୍ ଦିଆଯିବ ।

ଏହିପରି ଆବେଦନ କରନ୍ତୁ :-

ସର୍ବପ୍ରଥମେ ଆପଣଙ୍କୁ TCS Next Stop portal ଖୋଲିବାକୁ ପଡିବ ।
ତା’ପରେ ଆପଣଙ୍କୁ ପଞ୍ଜୀକରଣ ପାଇଁ ଆବେଦନ କରିବାକୁ ପଡିବ ।
ଯଦି ଆପଣ ପୂର୍ବରୁ ପଞ୍ଜୀକୃତ ହୋଇଛନ୍ତି ତେବେ ରେଫରେନ୍ସ ନମ୍ବର ସହିତ ଲଗ୍ ଇନ୍ କରନ୍ତୁ ।
ତା’ପରେ ଆବେଦନ ଫର୍ମ ପୂରଣ କରିବା ପରେ, ଡ୍ରାଇଭ୍ ପାଇଁ ଆବେଦନ ଉପରେ କ୍ଲିକ୍ କରନ୍ତୁ ।
ଶେଷରେ ଟ୍ରାକ୍ ୟୋର ଆପ୍ଲିକେସନ ଉପରେ କ୍ଲିକ୍ କରନ୍ତୁ ।

Get real time updates directly on you device, subscribe now.