fbpx

କାଶୀ ବିଶ୍ୱନାଥ ମନ୍ଦିରର ୨ କିମି ପରିସର ମଧ୍ୟରେ ମଦ ମାଂସ ବିକ୍ରି ଉପରେ ବ୍ୟାନ୍‌, ପ୍ରସ୍ତାବ ଉପରେ ଲାଗିଲା ମୋହର

ବାରାଣାସୀ: ଭାରତର ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଅନ୍ୟତମ କାଶୀ ବିଶ୍ୱନାଥ ମନ୍ଦିର । ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ ପାଇଁ କାଶୀ ବିଶ୍ୱନାଥ ଆସିଥାନ୍ତି । ଏଥିମଧ୍ୟରେ ମନ୍ଦିର ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଣିକି ମନ୍ଦିରର ଦୁଇ କିମି ପରିସର ମଧ୍ୟରେ ଥିବା ଆମିଷ(ମାଂସ) ବିକ୍ରି ହେବ ନାହିଁ । ଶୁକ୍ରବାର ନଗର ନିଗମ ପକ୍ଷରୁ ୨୬ଟି ଦେକାନ ସିଲ୍ କରିଦିଆଯିବା ସହ ନୋଟିସ ବୋର୍ଡ଼ ଲଗାଯାଇଛି ।

ଗୁରୁବାର ବାରାଣାସୀର ଟାଉନ ହଲରେ ମେୟର ଅଶୋକ କୁମାର ତିୱାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କାଶୀ ବିଶ୍ୱନାଥ ମନ୍ଦିରର ୨ କିମି ପରିସର ମଧ୍ୟରେ ସମସ୍ତ ମାଂସ, ମାଛ ଏବଂ ମଦ ଦୋକାନ ବନ୍ଦ କରିବା ନେଇ ଏକ ପ୍ରସ୍ତାବ ଉପରେ ମୋହର ଲଗାଇଥିଲେ । ନଗର ନିଗମ ଦ୍ୱାରା ୨୬ଟି ଦେକାନ ସିଲ୍ କରାଯିବା ସହ ଏକ ନୋଟିସ ବୋର୍ଡ଼ ଲଗାଯାଇଛି । ଏଥିରେ ଲେଖା ହୋଇଛି ଯେ ଚିକେନ୍‌-ମାଂସ ଦେକାନ ବେଆଇନ ଅଟେ । ମାର୍ଚ୍ଚ ୧ ତାରିଖରୁ ଏହାକୁ ବନ୍ଦ କରିଦିଆଯାଉଛି । କହିରଖୁଛୁ ଏହା ପୂର୍ବରୁ ବୋନିଆବାଗ ଏବଂ ନଇ ସଡ଼କ କ୍ଷେତ୍ରର ୨୬ଟି ଦେକାନକୁ ନଗର ନିଗମ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ଦେକାନ ଖାଲି କରିବା ପାଇଁ ସେମାନଙ୍କୁ ଗୋଟିଏ ସପ୍ତାହର ସମୟ ଦିଆଯାଇଥିଲା ।

Get real time updates directly on you device, subscribe now.