fbpx

(VIDEO) ଅଯୋଧ୍ୟା ରାମ ମନ୍ଦିରରେ ବୈଜୟନ୍ତୀ ମାଲାଙ୍କ ନୃତ୍ୟକଳା, ୯୦ ବର୍ଷ ବୟସରେ ଦର୍ଶକଙ୍କୁ କଲେ ବିଭୋର

ଲକ୍ଷ୍ନୌ: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିଲା । ଏହା ପରେ ଜାନୁଆରୀ ୨୭ରୁ ନିୟମିତ ଭାବେ ରାମ ଲଲାଙ୍କ ‘ରାଗ ସେବା’ ଜାରି ରହିଛି । ଏହା ୪୫ ଦିନ ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ ଏହି ରାଗ ସେବାରେ ବିଶିଷ୍ଟ ସେଲିବ୍ରିଟିମାନେ ଯୋଗ ଦେବା ସହ କଳା ପ୍ରଦର୍ଶନ କରିଥିଲେ । ନିକଟରେ ବଲିଉଡ଼ର ଭେଟେରାନ ଅଭିନେତ୍ରୀ ତଥା ପୂର୍ବତନ କଂଗ୍ରେସ ସାଂସଦ ବୈଜୟନ୍ତୀ ମାଲା ଏହି ‘ରାଗ ସେବା’ ଉତ୍ସବରେ ଯୋଗ ଦେଇଥିଲେ । ଏହି ଉତ୍ସବରେ ୯୦ ବର୍ଷୀୟ ବୈଜୟନ୍ତୀ ମାଲାଙ୍କ ଭରତନାଟ୍ୟମ ନୃତ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ବିଶିଷ୍ଟ କଣ୍ଠଶିଳ୍ପି ମାଲିନୀ ଅୱସ୍ଥି ‘ଏକ୍ସ’ରେ ଏକ ଭିଡ଼ିଓ ଶେୟାର କରି ଲେଖିଛନ୍ତି, ‘କଳାକୁ ଭକ୍ତିର ସର୍ବଶ୍ରେଷ୍ଠ ପଦ ଭାବରେ ବିବେଚିତ କରାଯାଇଛି । ବୈଜୟନ୍ତୀ ମାଲାଙ୍କୁ ଦେଖି ଏହା ସ୍ପଷ୍ଟ ହୋଇଯାଇଛି । ରାମଲଲାଙ୍କ ରାଗ ସେବା ପାଇଁ ଅଯୋଧ୍ୟା ଆସିଛନ୍ତି ବୈଜୟନ୍ତୀ ମାଲା । ୯୦ ବର୍ଷ ବୟସରେ ତାଙ୍କୁ ନୃତ୍ୟ କରୁଥିବାର ଦେଖି ଆଭାସ ହେଲା ଯେପରି ଏହା ହିଁ ହେଉଛି ଭାରତୀୟ କଳାର ଆଧ୍ୟାତ୍ମିକ ଆନନ୍ଦ, ମୋକ୍ଷର ସାଧନା, ଏହି ସାଧନାର ଜୟ ହେଉ, ଏହି ଆନନ୍ଦର ଜୟ ହେଉ ।’ଏହି ଭିଡ଼ିଓ ଦେଖି ଅନେକ ୟୁଜର ଲାଇକ୍ ଓ କମେଣ୍ଟ ମଧ୍ୟ କରିଛନ୍ତି । କହିରଖୁଛୁ ବୈଜୟନ୍ତୀ ମାଲା ହେଉଛନ୍ତି ଦେଶର ଲୋକପ୍ରିୟ ଅଭିନେତ୍ରୀ, ନୃତ୍ୟାଙ୍ଗନା ତଥା ନୃତ୍ୟ ଗୁରୁ । ୧୯୮୪ରେ ଚେନ୍ନାଇରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭା ଆସନରେ ବିଜୟ ଲାଭ କରିଥିଲେ ।

Get real time updates directly on you device, subscribe now.